Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ

Odisha

ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ

Smruti Parija
Browse all articles by Smruti Parija
·2 years ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍  ଦେଉଥିବା ଅଭିଯୋଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ୍ ଦେବାକୁ ନଦେଇ ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍  ଦେଉଥିବା ଅଭିଯୋଗ ହେଉଛି l  

ପ୍ରତିବାଦ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି । ଖାଲି ସେତିକି ନୁହେଁ ମଣ୍ଡଳ ସଭାପତିଙ୍କ ମୋବାଇଲ  ବିଜେଡି କର୍ମୀ ଛଡାଇ ନେଇଥିବାବେଳେ ପୋଲିସ ଚୁପଥିବା ଅଭିଯୋଗ କରିଛନ୍ତି ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା l ଘଟଣାସ୍ଥଳରେ SDPO ପହଂଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି l

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
booth-rigging-allegation-in-boudh | Argus News