Videos
|
Odisha

ଖୋଦ ଯନ୍ତ୍ରୀ ମାଗୁଛନ୍ତି ବିଜେଡି ପାଇଁ ଚାନ୍ଦା

Manini Pattanayak
Browse all articles by Manini Pattanayak
·2 years ago·1 min read
ଖୋଦ ଯନ୍ତ୍ରୀ ମାଗୁଛନ୍ତି ବିଜେଡି ପାଇଁ ଚାନ୍ଦା

ଭୁବନେଶ୍ୱର: ବିଜେଡି ଶାସନରେ ସୀମା ଟପିଲାଣି ଦୁର୍ନୀତି। 5ଟି ନାଁରେ ଦୁର୍ନୀତିମୁକ୍ତ ଶାସନର ପ୍ରଚାର କରାଯାଉଛି, କିନ୍ତୁ ସତ କଥା ହେଲା ଟିମ୍ ୱାର୍କରେ ରାଜସ୍ବ ଲୁଟ୍ କରାଯାଉଛି।  ଅର୍ଗସ ହାତରେ ଲାଗିଥିବା EXCLUSIVE ଅଡିଓ ଓ ଭିଡିଓ କ୍ଲିପରେ ଦୁର୍ନୀତିର ପର୍ଦ୍ଦାଫାସ୍ । ବିଜେଡ଼ି ଦଳକୁ ପାଣ୍ଠି ଯୋଗାଇବା ପାଇଁ ଟଙ୍କା ଗୋଟାଉଛନ୍ତି କନିଷ୍ଠ ଯନ୍ତ୍ରୀ, ଆଉ ଖୋଦ୍ ଯନ୍ତ୍ରୀ ସାଜିଛନ୍ତି ଦଳୀୟ ପ୍ରତିନିଧି ।  ଲକ୍ଷେରେ ୧୫ ହଜାର ପକେଟରେ । ବିଜେଡ଼ି ସରାକରଙ୍କର ଇଏ ହେଉଛି ଅଘୋଷିତ ନୀତି । ଅଡିଓରୁ ଏକଥା ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ କେମିତି ଚାଲିଛି ପିସି ସରକାର ।  ବିଜେଡିକୁ ପାଣ୍ଠି ଯୋଗାଇବାରେ ବ୍ୟସ୍ତ ସରକାରୀ କଳ । ପାର୍ଟି ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ଚାନ୍ଦା ଆଦାୟ କରିବାର ଏ ଅଡିଓ କ୍ଲିପ୍ ଲାଗିଛି ଅର୍ଗସ ହାତରେ ।

ଏଥିରେ ଶୁଣିବାକୁ ମିଳୁଛି ପ୍ରତ୍ୟେକ ଠିକାଦାରଠାରୁ ଏକ ଲକ୍ଷ ଟଙ୍କାର କାମକୁ ୧୫ ପ୍ରତିଶତ ପିସି ବା ୧୫ ହଜାର ଟଙ୍କା ନେଉଛନ୍ତି ଯନ୍ତ୍ରୀ । କେମିତି ବେଧଡ଼କ ପିସି ଆଦାୟ କରୁଛନ୍ତି ଲକ୍ଷ୍ମୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗୋପାଳ ମିଞ୍ଜ। ଅର୍ଗସ୍ ନ୍ୟୁଜର ସିକ୍ରେଟ୍ କ୍ୟାମେରାରେ ମଧ୍ୟ ଯନ୍ତ୍ରୀ ଖୋଲିଛନ୍ତି ପୁରା ପିସି ଚେନର ଗୁମର।  ଏନ୍ କାଇପଦର୍ ଗାଁରେ omc ଜରିଆରେ 2021 ମସିହାରେ କୋଡ଼ିଏଟି କାମକୁ  ମଞ୍ଜୁରୀ ମିଳିଥିଲା। ପ୍ରତ୍ୟେକ କାମ ପାଇଁ  22% PC ଦେଇଥିବା ଅଭିଯୋଗ ହୋଇଛି ।  ଇଏ ବିଜେଡିର ଦୁର୍ନୀତିମୁକ୍ତ ଶାସନର ଅସଲ ଚେହେରା। ଟି-ଫର୍ ଟ୍ରାନ୍ସପରେନ୍ସି ନାଁରେ ପ୍ରଚାର କିନ୍ତୁ ପ୍ରକୃତରେ ଟିମ୍ ୱାର୍କରେ ହେଉଛି ଲୁଟ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Border crossing corruption in BJD regime. Corruption free governance is promoted in 5 names, | Argus News