Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିରେ ଫୁଟିକି ବାହାରୁଛି ଦଳୀୟ ଅସନ୍ତୋଷ  

Odisha

ବିଜେଡିରେ ଫୁଟିକି ବାହାରୁଛି ଦଳୀୟ ଅସନ୍ତୋଷ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେଡିରେ ଫୁଟିକି ବାହାରୁଛି ଦଳୀୟ ଅସନ୍ତୋଷ  

ପୁରୀ : ବିଜେଡିରେ ଉମା VS ସଂଜୟ କଳି। ବିଜେଡିରେ ଫୁଟିକି ବାହାରୁଛି ଦଳୀୟ ଅସନ୍ତୋଷ। ସତ୍ୟବାଦୀରୁ ଲଢ଼ିବା ନେଇ ସଂଜୟଙ୍କ କସରତ ପରେ ଉଭୟ ନେତା ମୁହାଁମୁହିଁ। ଉଭୟଙ୍କୁ ବୁଝାଇବାକୁ ଶଙ୍ଖ ଭବନରେ ବବି ଓ ମାନସ ପ୍ରୟାସ କରୁଥିବା ଖବର ସାମ୍ନାକୁ ଆସିଛି। ଗତକାଲି ସତ୍ୟବାଦୀର ବିଜେଡ଼ି ସମର୍ଥକଙ୍କୁ ନେଇ ଧଉଳିରେ ଗୋପନୀୟ ବୈଠକ କରିଥିଲେ ସଂଜୟ ଦାସ ବର୍ମା। ଏହି ବୈଠକର ଏକ ଭିଡିଓ ଭାଇରାଲ ହେବା ସହ ଏଥିରେ ଉମାଙ୍କୁ ସଞ୍ଜୟ ସିଧାସଳଖ ଟାର୍ଗେଟ୍ କରିଥିଲେ।

ବୈଠକରେ ସଞ୍ଜୟ କହିଥିଲେ, ଅଳ୍ପ ଦିନ ଭିତରେ ଶଙ୍ଖ ଭବନରେ ତାଙ୍କ ସହ ପ୍ରଣବ ପ୍ରକାଶ ଦାସ ଓ ଉମା ସାମନ୍ତରାୟ ଏକ ବୈଠକ ହେବ। ସେଠି ଉମାଙ୍କୁ କୁହାଯିବ ବ୍ରହ୍ମଗିରି ଯିବାକୁ। ରାଜି ନହେଲେ ଦଳରୁ ବିଦା ହେବେ ଉମା। ଯାହାକୁ ନେଇ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ। କହିଲେ, ସୁପ୍ରିମୋ ଯାହାକୁ ଚାହିଁବେ ସେ ନିର୍ବାଚନ ଲଢ଼ିବ। ଏ ପର୍ଯ୍ୟନ୍ତ କାହାକୁ ଟିକେଟ୍ ଘୋଷଣା ହୋଇନି। କିଏ ନିଜକୁ ନିଜେ ଟିକେଟ ଘୋଷଣା କଲା ମୋର ସେଥିରେ କିଛି ଯାଏ ଆସେ ନାହିଁ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pranab Prakash Das and Uma Samantarai will have a meeting with him at Shankh Bhawan in a few days. | Argus News