Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେ ଚାଲିଛି ପିକନିକ ଋତୁ, ମନ ମୋହୁଛି ଡମ୍ବୁରୁଗଡ଼

Jitendra Dash
Browse all articles by Jitendra Dash
·2 years ago·2 min read
ଏବେ ଚାଲିଛି ପିକନିକ ଋତୁ, ମନ ମୋହୁଛି ଡମ୍ବୁରୁଗଡ଼

ଅର୍ଗସ ବ୍ୟୁରୋ : ଏବେ ଚାଲିଛି ପିକନିକ ଋତୁ, ରାଜ୍ୟର ବିଭିନ୍ନ ସ୍ଥାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ପର୍ଯ୍ୟଟନ ସ୍ଥଳୀରେ ପରିବାର ଓ ସାଙ୍ଗସାଥି ମେଳରେ ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟନ । ସେହିଭଳି ପର୍ଯ୍ୟଟନ ସ୍ଥଳୀ ହେଉଛି ବୌଦ୍ଧ ଜିଲ୍ଲାର ଡମ୍ବୁରୁଗଡ଼ ପାହାଡ଼ । ଗୋଟିଏ ପଟେ ଗିରିବର ବାବାଙ୍କ ମଠ ରହିଛି ଅନ୍ୟପଟେ ସବୁଜିମା ଭରା ପାହାଡ଼ ପର୍ବତ ଓ ମହାନଦୀ ବୋହି ଯାଉଛି । ଚାରିପାଖେ ସବୁଜିମାର ବିସ୍ତୀର୍ଣ୍ଣ ଓଢଣୀ, ଆଉ ଉପରେ ନୀଳ ଆକାଶ । ପାହାଡିଆ ଅଞ୍ଚଳରେ ପଥରକୁ କାଟି ଆସେ ସୂର୍ଯ୍ୟର ସୁନେଲି କିରଣ । ମହାନଦୀର କୁଳୁକୁଳୁ ନାଦ, ଆଉ ନିରୋଳା ପରିବେଶ ଓ ପ୍ରାକୃତିକ ବିଭବକୁ ନେଇ ଆନମନା ହେଉଛନ୍ତି ପ୍ରକୃତିପ୍ରେମୀ । 

ଅଶାନ୍ତ ମନକୁ ଲଗାମ ଦେବାପାଇଁ ମଣିଷକୁ ଟିକିଏ ଫୁରସତ ମିଳିଲେ ଖୋଲା ଆକାଶ ଆଉ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ପାଇଁ ଚାହିଁଥାଏ । ଆଉ ସେହି ସ୍ଥାନଟି ହେଉଛି ବୌଦ୍ଧ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଡମ୍ବୁରୁଗଡ଼ ପାହାଡ଼ । ଏହି ସ୍ଥାନରେ ପରିବାର ସହ ଆସି ରାତି ବିତାଇ ପାରିବେ ଏବଂ ଏହାର ପାଦଦେଶରେ ଗିରିବର ଦାସଙ୍କ ମଠ ମଧ୍ୟ ରହିଛି । କୁଳୁକୁଳୁ ନାଦରେ ବହିଯାଉଛି ମହାନଦୀ ନଦୀର ପାଣି । ଚାରିପଟୁ ସବୁଜ ବନାନୀ ଭିତରେ ପୁଣି ରହିଛି ସୁନ୍ଦରୀଆ ପରିବେଶ । ତା ସହିତ ଗିରିବର ଦାସ ବାବାଙ୍କ ପ୍ରାଚୀନପୀଠ । ଯିଏ ବି ଦେଖିବ ଘଡ଼ିଏ ଅଟକି ଯିବ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଶୀତଦିନେ ପିକନିକ କରିବା ପାଇଁ ବେଶ ମନୋରମ ସ୍ଥାନ ପାଲଟିଛି ଐତିହାସିକ ଡମ୍ବୁରୁଗଡ଼ । ପ୍ରତିଦିନ ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ପିକନିକ କରିବାକୁ ଆସିଥାନ୍ତି । ଏଠାରେ ଭୋଜି କରିବା ସହ ଝରଣାର ପାଣି ଗାଧୋଇବା ପାଇଁ ବେଶ ମଜା ନିଅନ୍ତୁ ପର୍ଯ୍ୟଟକ । ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ସହାଜପାଲ ଛକ ଠାରୁ କମ୍ପରା ପର୍ଯ୍ୟନ୍ତ ଗଲେ ପଡ଼ିଥାଏ ଏହି ସ୍ଥାନ । ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ୫ଟି ଶିତତାପ ନିୟନ୍ତ୍ରଣ କଟେଚ ରହିଛି । ଏଠି ରାତି ରହିବାକୁ ଚାହୁଁଥିଲେ ଆଗୁଆ ବୁକିଂ କରିବାକୁ ପଡିଥାଏ । 

Sponsored
boudh district dambarugada hills | Argus News