Cracker Blast / ବାଣ ଭିଡ଼ିବା ବେଳେ ବିସ୍ଫୋରଣରେ ମାଟିରେ ମିଶିଲା ଘର; ଜଣେ ମୃତ, ୮ ଗୁରୁତର

Key Points
ବାଣ ଭିଡ଼ିବା ବେଳେ ବଡ଼ ଧରଣର ବିସ୍ଫୋରଣରେ ମାଟିରେ ମିଶିଲା କୋଠା । ଘରର ଛାତ ଉଡ଼ି ଯାଇଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।
ହରଭଙ୍ଗା (ବୌଦ୍ଧ): ବୌଦ୍ଧରେ ଭୟଙ୍କର ବିସ୍ଫୋରଣ । ବାଣ ଭିଡ଼ିବା ବେଳେ ବଡ଼ ଧରଣର ବିସ୍ଫୋରଣରେ ମାଟିରେ ମିଶିଲା କୋଠା । ଘରର ଛାତ ଉଡ଼ି ଯାଇଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କ ଅନୁସାରେ, "ବାଣ ବିସ୍ଫୋରଣ ବେଶ ଭୟାବହ ଥିଲା । ବିସ୍ଫୋରଣ ପରେ ମୃତକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଛି । ବିସ୍ଫୋରଣରେ ଆହତ ମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।"
ଏଥିସହ ପଢ଼ନ୍ତୁ: ସୁବାସ, ସୌଭିକ ଓ ପ୍ରଫୁଲ୍ଲ ଏକାଠି ହେଲେ; ଦେବାଶିଷ ସାମନ୍ତରାୟ କୁଆଡ଼େ ଗଲେ ?
📱 Get Argus News App
✨
ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାଟିରେ ମୃତଦେହ ପୋତି ହୋଇ ଯାଇଛି । ଏହି ଅଘଟଣ ଘଟିଛି ପୁରୁଣା କଟକ ନିକଟସ୍ଥ ଜିଆଁକଟା ଗାଁରେ । ବିସ୍ଫୋରଣ ପରେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ସହ ଭଗ୍ନାଂଶ ତଳୁ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଛି ।
ବିସ୍ଫୋରଣର ଭୟାବହତା କେତେ ଥିଲା ତାହା ଦୃଶ୍ୟ ଦେଖିଲେ ବାରି ହୋଇ ପଡ଼ୁଛି । ମୃତକଙ୍କ ଶରୀରର ଖଣ୍ଡ ଖଣ୍ଡ ଏଣେତେଣେ ପଡ଼ିଥିବା ବେଳେ ମାଟିରେ ମିଶି ଯାଇଛି ସମ୍ପୂର୍ଣ୍ଣ ଘରଟି । ତେବେ ଏଠାରେ କେବେଠାରୁ ବାଣ ତିଆରି ହେଉଥିଲା, ବାଣ ତିଆରି ପାଇଁ ଅନୁମତି ଥିଲା କି ନାହିଁ ? ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
Related Topics
Explore more stories