Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜଗାକୁ ଦର୍ଶନ କରି ଭକ୍ତଙ୍କ ଆଖି ଛଳଛଳ

Odisha

ଜଗାକୁ ଦର୍ଶନ କରି ଭକ୍ତଙ୍କ ଆଖି ଛଳଛଳ

Jitendra Dash
Browse all articles by Jitendra Dash
·2 years ago·2 min read
ଜଗାକୁ ଦର୍ଶନ କରି ଭକ୍ତଙ୍କ ଆଖି ଛଳଛଳ

ଅର୍ଗସ ବ୍ୟୁରୋ : ଭାବର ଠାକୁର କାଳିଆ ସାଆନ୍ତ । ବଳିଆର ଭୁଜକୁ ଦର୍ଶନ କରି ଭକ୍ତର ଆଖି ଆଜି ଛଳ ଛଳ । ଆଖି ଲୁହ ଆଜି ବୋଲ ମାନୁନି । ଦୁଇ ବାହୁ ଟେକି ନିଜକୁ ସମର୍ପଣ କରୁଛି ଭକ୍ତ । ଆଉ କେଉଁ ଭକ୍ତ ମହାବାହୁ ଚତୁର୍ଦ୍ଧା ମୁରତିଙ୍କ ଦୁର୍ଲଭ ବେଶକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରି ସ୍ମୃତି ଭାବେ ସାଇତି ରଖୁଛି । ଜଗନ୍ନାଥମୟ ହୋଇଛି ବୌଦ୍ଧ ଜଗନ୍ନାଥ ମନ୍ଦିରର ରଥଖଳା । ଆରମ୍ଭ ହୋଇଛି ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବ । 

ମହୋତ୍ସବରେ ୩୨ଟି ଦୁର୍ଲଭ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସନ୍ଧ୍ୟାରେ  ମହାବାହୁଙ୍କ ଦର୍ଶନ ପାଇଁ ଜିଲ୍ଲା ତାଥା ଜିଲ୍ଲା ବାହାରୁ ଲମ୍ବୁଛି ଭକ୍ତଙ୍କ ଭିଡ଼ । ଭକ୍ତମାନେ ପୁରୀ ଦର୍ଶନ ପାଇଁ ଗଲେ ନୀଳାଦ୍ରି କନ୍ଦରରେ ମହାପ୍ରଭୁଙ୍କ ପ୍ରତେହ ୩ଟି ବେଶ ଦର୍ଶନ ପାଇଥାନ୍ତି । କିନ୍ତୁ ଏକା ବେଳେ ୩୨ଟି ବେଶର ଦର୍ଶନ ପାଇ ନଥାନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବରେ ପ୍ରତେହ ଶ୍ରୀଜୀଉଙ୍କ ଶ୍ରୀ ମନ୍ଦିର ଭଳି ବେଶ ଓ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପୁରୀ ଅଭଡା ଭୋଗ ଫେନି, କାନିକା, କ୍ଷୀରି ମଧ୍ୟ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଭୋଗ ଲାଗି ହେବା ପରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି । ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଲୀଳା ଓ ବେଶକୁ ନେଇ ପଣ୍ଡିତ ମାନଙ୍କ ଦ୍ଵାରା ପ୍ରବଚନ ଆୟୋଜନ କରାଯାଉଥିବା ବେଳେ ବିଶ୍ୱର ମଙ୍ଗଳ ନିମିତ୍ତ ପାଞ୍ଚଦିନ ଧରି ମହାଯଜ୍ଞା ମଧ୍ୟ କରାଯାଉଛି । 

ଆଠ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଗତ କାଲି ଥିଲା ଏହି ମହୋତ୍ସବର ଶେଷ ସନ୍ଧ୍ୟା । ଏଭଳି ପ୍ରୟାସ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ ତେଣୁ ପ୍ରତିବର୍ଷ ଏଭଳି ମହୋତ୍ସବ କରିବା ପାଇଁ ବୁଦ୍ଧିଜୀବୀ ଆୟୋଜକ କମିଟିକୁ ନିବେଦନ କରିଛନ୍ତି । ଜିଲ୍ଲାରେ ପ୍ରଥମ କରି ଆୟୋଜିତ ଶ୍ରୀ ଜଗନ୍ନାଥ ଲୀଳା ମହୋତ୍ସବ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବେଶ ସହାୟକ ହେବା ସହ ପ୍ରତିବର୍ଷ ଏଭଳି ମହୋତ୍ସବ ଆୟୋଜନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଆୟୋଜକ କମିଟିକୁ ଅନୁରୋଧ କରାଯାଇଛି ।

Painting
Sponsored
boudh jagannath mandir festival | Argus News