Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇ ଦେଲା ପ୍ରେମିକ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇ ଦେଲା ପ୍ରେମିକ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ନାବାଳିକା ଝିଅର ମୃତଦେହ ଉଦ୍ଧାର। ବଡ଼ଗାଁ ଥାନା ଅନ୍ତର୍ଗତ କୁସ୍ତୁନା ଗ୍ରାମରେ ନାବାଳିକା ଝିଅର ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବଡ଼ଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ବର୍ଗଙ୍କ କହିବା ଅନୁଯାୟୀ ନାବାଳିକା ଜଣକ ଗତ କାଲି ଦିନ ୧୦ ଟା ରୁ ଶାଗ ତୋଳିବା ପାଇଁ ଘରୁ ବାହାରିଥିଲେ।

ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ବର୍ଗ ଖୋଜାଖୋଜି ଆରମ୍ଭ କରିଥଲେ। ପରିବାର ବର୍ଗ ନାବାଳିକାର ପ୍ରେମିକ ଓ ତାର 2 ଜଣ ସାଙ୍ଗ ସହ ମିଶି ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Boyfriend killed and hanged from tree after rape, police inv | Argus News