Students Arrested / ବୟଫ୍ରେଣ୍ଡ୍ ରୁମରେ ଗାର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ, ୪ ଛାତ୍ର ଗିରଫ
·1 hour ago·2 min read

Key Points
ରାଜଧାନୀରେ ଲଜ୍ଜା !
ବୟଫ୍ରେଣ୍ଡ୍ ରୁମରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
4 ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ
ଚାରି ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍

ଭୁବନେଶ୍ବର,୧୩/୦୫: ରାଜଧାନୀରେ ଲଜ୍ଜା । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ। ଚାରି ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବାର ହୋଇଛି ଅଭିଯୋଗ । ଭୁବନେଶ୍ବରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବୟଫ୍ରେଣ୍ଡ୍ ରୁମରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ସାଂଘାତିକ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଚାରି ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଇନଫୋଭ୍ୟାଲି ଥାନା କାଇମାଟିଆରେ ଏକ ମେସରେ ଏହି ଘଟଣା ଘଟିଛି । ଦୁଷ୍କର୍ମ ପଛରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ତାର ସାଙ୍ଗ ସାମିଲ ଥିବାର ଅଭିଯୋଗ ହୋଇଛି। ଚାରି ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମ୍ ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ ପୋଲିସ।
ସେପଟେ ତ୍ରିକୋଣୀୟ ପ୍ରେମରୁ ୨ ଛାତ୍ରଙ୍କୁ ଅପହରଣ କରାଯାଇ ନିସ୍ତୁକ ମାଡ଼ ଅଭିଯୋଗ। ଏକ ପରିତ୍ୟକ୍ତ ଘରେ ୨ ଛାତ୍ରଙ୍କୁ ବାନ୍ଧି ମାଡ଼ମରା ଯାଇଥିବା ବେଳେ ଖବରପାଇ ଇନ୍ଫୋଭ୍ୟାଲି ଥାନା ପୁଲିସ ଅପହର୍ତ୍ତାଙ୍କ କବଳରୁ ୨ ଛାତ୍ରଙ୍କୁ ଉଦ୍ଧାର କରିଛି। ଜଣେ ଛାତ୍ରୀଙ୍କ ସମେତ ୮ ଜଣଙ୍କୁ ପୁଲିସ ଉଠାଇ ଆଣି ଆଜି ସମସ୍ତଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି।
ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଛାତ୍ରୀ ଜଣଙ୍କ ପାଠ ପଢ଼ନ୍ତି। ଯାଜପୁରର ରଞ୍ଜନ ବେହେରା ଉକ୍ତ କଲେଜରେ ପଢୁ ନଥିଲେ ମଧ୍ୟ ଅନେକ ସମୟରେ ସାଙ୍ଗମାନଙ୍କ ସହ ସେଠାକୁ ଯିବାଆସିବା କରୁଥିଲେ। ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଗତ କିଛି ଦିନ ହେବ ଛାତ୍ରୀ ଅନ୍ୟ ଜଣେ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜାଣିବା ପରେ ରଞ୍ଜନ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ସହ ଥିବା କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବାକୁ ଧମକ ଦେଇଥିଲେ। ତେଣୁ ଛାତ୍ରୀ ଜଣଙ୍କ ନୂଆ ପ୍ରେମିକଙ୍କୁ ଧରି ରଞ୍ଜନଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ପଢନ୍ତୁ ଏହି ଖବର: ନୟାଗଡ଼ ଓଡଗାଁରେ ଯୁବକଙ୍କୁ ହତ୍ୟାର କ୍ରାଇମ ସିନ ରିକ୍ରିଏସନ,କେମିତି କରିଥିଲେ ହତ୍ୟା ଗୋଟି ଗୋଟି କରି ବଖାଣିଲେ ଅଭିଯୁକ୍ତ
ସୋମବାର ଛାତ୍ରୀ ଜଣକ ଛଳନା କରି ରଞ୍ଜନଙ୍କୁ ଜଟଣୀ ଗେଟ ନିକଟକୁ ଡକାଇଥିଲେ। ରଞ୍ଜନ ଏବଂ ତାଙ୍କର ଜଣେ ସାଙ୍ଗ ଏକ ବାଇକରେ ସେଠାରେ ପହଞ୍ଚିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଛାତ୍ରୀ ତାଙ୍କ ସହଯୋଗୀମାନଙ୍କ ସହ ମିଶି ରଞ୍ଜନଙ୍କୁ ନିସ୍ତୁକ ମାଡ଼ ମରିଥିଲେ। ତା'ପରେ ସେମାନେ ଏକ କାରରେ ରଞ୍ଜନ ଏବଂ ତାଙ୍କ ସାଙ୍ଗକୁ ଅପହରଣ କରି ନେଇଥିଲେ। ଲୋକଙ୍କ ଠାରୁ ଖବରପାଇ ଇନ୍ଫୋଭ୍ୟାଲି ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଅପହର୍ତାମାନେ ଉଭୟଙ୍କୁ ନେଇ ପଳାଇଥିଲେ। ସେମାନେ ରଞ୍ଜନ ଓ ସହଯୋଗୀଙ୍କୁ ଛତାବର ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ଯାଇଥିଲେ। ସେଠାରେ ଉଭୟଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଅପହରଣ ହୋଇଥିବା ସ୍ଥାନ ଓ କାର୍ ନମ୍ବର ଆଧାରରେ ପୁଲିସ ତନାଘନା ଚଳାଇଥିଲା।
ରାତି ପ୍ରାୟ ୧୧ଟାରେ ପୁଲିସ ଛତାବର ଅଞ୍ଚଳରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ଏଥିସହ ଯୁବତୀଙ୍କ ସମେତ ୮ ଜଣଙ୍କୁ ପୁଲିସ ଉଠାଇ ଆଣିଥିଲା। ଅପହରଣରେ ବ୍ୟବହୃତ କାର୍କୁ ପୁଲିସ ଜବତ କରିଥିଲା । ତେବେ ସେମାନେ ଛାତ୍ରଛାତ୍ରୀ ହୋଇଥିବାରୁ ପୁଲିସ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଥିବା କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories