Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୟାଗଡ଼ ଓଡଗାଁରେ ଯୁବକଙ୍କୁ ହତ୍ୟାର କ୍ରାଇମ ସିନ ରିକ୍ରିଏସନ,କେମିତି କରିଥିଲେ ହତ୍ୟା ଗୋଟି ଗୋଟି କରି ବଖାଣିଲେ ଅଭିଯୁକ୍ତ

Odisha

Crime Scene Recreation / ନୟାଗଡ଼ ଓଡଗାଁରେ ଯୁବକଙ୍କୁ ହତ୍ୟାର କ୍ରାଇମ ସିନ ରିକ୍ରିଏସନ,କେମିତି କରିଥିଲେ ହତ୍ୟା ଗୋଟି ଗୋଟି କରି ବଖାଣିଲେ ଅଭିଯୁକ୍ତ

Bikash Mohanty
Browse all articles by Bikash Mohanty
·2 hours ago·2 min read
ନୟାଗଡ଼ ଓଡଗାଁରେ ଯୁବକଙ୍କୁ ହତ୍ୟାର କ୍ରାଇମ ସିନ ରିକ୍ରିଏସନ,କେମିତି କରିଥିଲେ ହତ୍ୟା ଗୋଟି ଗୋଟି କରି ବଖାଣିଲେ ଅଭିଯୁକ୍ତ
Nayagad Murder

Key Points

ନୟାଗଡ଼ ହତ୍ୟାର କ୍ରାଇମ ସିନ୍ ରିକ୍ରିଏସନ୍
ଅଭିଯୁକ୍ତମାନଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇ କ୍ରାଇମ ସିନ ରିକ୍ରିଏସନ
ଦୁଇ ଅଭିଯୁକ୍ତ ମହନ୍ତ ନାୟକ ଓ ମାନସ ବେହେରା
କେମିତି କରିଥିଲେ ହତ୍ୟା ଗୋଟି ଗୋଟି କରି ବଖାଣିଲେ ଅଭିଯୁକ୍ତ
ଗତ ୧୦ ତାରିଖରେ ନୟାଗଡ ଓଡଗାଁରେ ଘଟିଥିଲା  ହତ୍ୟାକାଣ୍ଡ

ନୟାଗଡ଼,୧୩/୦୫: ନୟାଗଡ଼ ଓଡଗାଁରେ ଯୁବକକଙ୍କୁ ବୀଭତ୍ସ ହତ୍ୟା ମାମଲାରେ ହେଲା କ୍ରାଇମ ସିନ ରିକ୍ରିଏସନ । ୨ ମୁଖ୍ୟ ଅଭିଯୁକ୍ତ ମାନସ ଓ ମହନ୍ତକୁ ନେଇ ହତ୍ୟାକାଣ୍ଡ ଘଟଣା ସ୍ଥଳରେ କ୍ରାଇମସିନ ରିକ୍ରିଏସନ କଲା ଓଡ଼ଗାଁ ପୋଲିସ । କେମିତି ହୋଇଥିଲା ହତ୍ୟାକାଣ୍ଡ ଗୋଟି ଗୋଟି କରି ସମସ୍ତ ଘଟଣା ପୋଲିସ ଆଗରେ ବଖାଣିଛନ୍ତି ଅଭିଯୁକ୍ତ ମାନେ । କ୍ରାଇମ ସିନ ରିକ୍ରିଏସନ ପରେ ଓଡ଼ଗାଁ କୋର୍ଟରେ ଅଭିଯୁକ୍ତ ମାନଙ୍କୁ ହାଜର କରାଗଲା । ମାଙ୍କଡ଼ା ପଥର ଚୋରାଚାଲାଣକୁ ବିରୋଧ କରିବାରୁ ଅଜିତ ସାହୁଙ୍କୁ ହାତଗୋଡ଼ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହି ମାମଲାରେ ପୋଲିସ 4 ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ।

ଗତ ୧୦ ତାରିଖ ରାତିରେ ନୟାଗଡ ଓଡଗାଁରେ ଘଟିଥିଲା ବର୍ବର ହତ୍ୟାକାଣ୍ଡ। ଅତି ଅମାନୁଷିକ ଭାବେ ଜଣେ ଯୁବକ ଅଜିତ ସାହୁଙ୍କ  ହାତ ଗୋଡ଼ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।  ବିଳମ୍ବିତ ରାତିରେ ରୋହିବାଙ୍କରୁ ଓଡ଼ଗାଁକୁ ମାଙ୍କଡା ପଥର ବ୍ୟବସାୟୀ ମାନେ ବେଆଇନ ଭାବେ ପଥର ଚାଲଣ କରୁଥିବା ସମୟରେ ଓଡଗାଁ ଥାନା ଶିଳ୍ପୀନଗର ଅଂଚଳର ୨ ଜଣ ଯୁବକ ଏହାକୁ ବିରୋଧ କରିଥିଲେ I ଘଟଣା ସ୍ଥଳରେ ବିରୋଧ କରୁଥିବା ଜଣେ ଯୁବକକୁ କାବୁ କରି 6 ରୁ 7 ଜଣ ଯୁବକ ମିଶି ଅତି ନିର୍ମମ ଭାବେ ହାଣୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଓଡ଼ଗାଁ କଦଳୀ ବନ୍ଧ ଛକରେ ଯୁବକଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ତେବେ ଅଜିତଙ୍କର ସହଯୋଗୀ ସନ୍ତୋଷ କୁମାର ପ୍ରଧାନ ଘଟଣା ସ୍ଥଳରୁ ଖସି ଯାଇ ଓଡଗାଁ ଥାନାରେ ଖବର ଦେଇଥିଲେ। ସକାଳୁ ଓଡ଼ଗାଁ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପଢନ୍ତୁ ଏହି ଖବର: ବଢୁଥିବା ଅପରାଧକୁ ନେଇ ସରଜମିନ ରିପୋର୍ଟ ମାଗିଲେ ଡିଜି, ବେପରୁଆ ଅଧିକାରୀଙ୍କୁ ଘାରିଲାଣି ଭୟ

ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଢେଙ୍କାନାଳ ଜିଲ୍ଲା ଭାପୁର ଥାନା ଅଭିମାନପୁରର ଏକ ଜଙ୍ଗଲ ଭିତରକୁ ଯାଇ ବ୍ୟବହୃତ ଖଣ୍ଡାକୁ ଫୋପାଡ଼ି ଦେଇଥିଲେ। ବର୍ତମାନ ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତ  ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ, ମାନସ ବେହେରା, ଶ୍ରୀଧର ସାହୁଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ଏହାସହିତ ୪୦୭ (ଓଡ଼ି-୦୨ ବିଏଫ-୨୯୮୪) ଏବଂ ହୋଣ୍ଡା ଆମାଜ (ଓଡ଼ି-୦୫-ଏସ ୬୯୯୯)କୁ ଜବତ କରାଯାଇଛି। ଏମାନଙ୍କ ବିରୋଧରେ ପୁଲିସ ୧୦୩ (୧)/୬୧ (୨)/ ୩(୫) ବିଏସ୍ଏସ୍ ଧାରାରରେ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି। ଏହାସହିତ କର୍ତବ୍ୟରେ ଅବହେଳା ଯୋଗୁ ପୁଲିସ ଏସ୍‌ଆଇ ମନୋରଞ୍ଜନ ଦେହୁରୀଙ୍କୁ ନୟାଗଡ଼ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡ଼ିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime Scene Recreation | Nayagarh Murder Case: Crime Scene Recreation by Mohanta Nayak and Manas Behera | Argus News