Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

Odisha

ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

Ritu Das
Browse all articles by Ritu Das
·2 years ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ।  ମୋତେ ଆକ୍ରମଣ ବିଜେଡିର ଏକ ପ୍ରାୟୋଜିତ ଷଡଯନ୍ତ୍ର। 

ବିଜେଡି ସହ ସମ୍ପର୍କରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଶିବ ଶଙ୍କର। କାହା ନିର୍ଦ୍ଦେଶରେ ବୁଥକୁ ଶିବ ଶଙ୍କର ଆସିଥିଲେ ତାଙ୍କ ଫୋନ ଯାଞ୍ଚ ହେଲେ ସତ ବାହାରକୁ ଆସିବ। ଆସ୍କାକୁ କେମିତି ମୁଁ ଯାଇ ନ ପାରିବି ସେଥିପାଇଁ ପୋଲିସ ଉପସ୍ଥିତିରେ ମୋତେ ଆକ୍ରମଣ ହୋଇଥିଲା। ମୋର ଆସ୍କା ଓ ହିଞ୍ଜିଳି ଯିବା ଆସିବା ବିଜେଡିର ସୁରକ୍ଷିତ ସିଟକୁ ଆଘାତ ହେବ ଭଳି ଲାଗିଲା। ସେଥିପାଇଁ ମୋତେ ଜାଣିଶୁଣି ଆକ୍ରମଣ କରାଯାଇଛି। ମୁଁ ଏହି ଆକ୍ରମଣରୁ ଡରିନାହିଁ ବିଜେଡି ଦୁର୍ନୀତି ବିରୋଧରେ ମୁଁ ସବୁବେଳେ ପ୍ରତିବାଦ କରିବି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Brahampur MP candidate | Argus News