Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରଲୋକରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମା'

Smruti Parija
Browse all articles by Smruti Parija
·2 years ago·1 min read
ପରଲୋକରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମା'

ପୁରୀ:  ବ୍ରହ୍ମଗିରିର ବିଧାୟକ ଶ୍ରୀଯୁକ୍ତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମା' ଙ୍କର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ଦେହାନ୍ତ ହୋଇଯାଇଛି  l ୯୩ ବର୍ଷ ବୟସରେ ଶୁଭଲକ୍ଷ୍ମୀ ଦେବୀଙ୍କ ପରଲୋକ ହୋଇଯାଇଛି । କ୍ୟାପିଟାଲ୍ ହସ୍ପିଟାଲରେ ପହଁଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଦଳର ମୁଖ୍ୟ ସଚେତନ ମୋହନ ମାଝି ହସ୍ପିଟାଲରେ ମଧ୍ୟ ପହଁଞ୍ଚିଥିଲେ ।

ସେପଟେ ବହୁ ଚର୍ଚ୍ଚିତ ପୁରୀର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ନିର୍ବାଚନ ମଇଦାନଙ୍କୁ ଓହ୍ଲାଇବା ପୂର୍ବରୁ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି । ଏହାର ଦିନକ ପରେ ଜେଜେ ମା ଙ୍କ ବିୟୋଗ ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । 

2016 ନଭେମ୍ବର 7 ତାରିଖରେ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରଲୋକ ହୋଇଥିଲା । ସେ ଦୀର୍ଘଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
brahmagiri-mla-lalitendu-bidyadhara-mohapatra-mother-subhalaxmi-devi-passes-away | Argus News