ଗାଁ ଆଡକୁ ମାଡି ଆସୁଛି ବ୍ରହ୍ମଣୀ ନଦୀ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଳା ଆଳି ଵ୍ଳକ ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁ ର ଦୃଶ୍ୟ । ଘର ପାଖକୁ ମାଡିଆସିଲାଣି ବ୍ରାହ୍ମଣୀ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ ଭୟରେ ସ୍ଥାନୀୟ ଲୋକେ। କାରଣ ଗାଁ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ବ୍ରାହ୍ମଣୀ ନଦୀ । ନଦୀ ଧିରେ ଧିରେ କୂଳ ଲଙ୍ଘୁଛି। ଏବଂ ନଦୀ ଗର୍ଭରେ ଲୀନ ହୋଇଗଲାଣି ଚାରିଶହ ଏକର ଚାଷ ଜମି। କେତେବେଳେ ଯେ ଗାଁ ହଜି ଯିବ ଏବେ ସେ ଭୟରେ ଅଞ୍ଚଳବାସୀ । ନଦୀର ଉଗ୍ରରୂପ ଦେଖି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଗାଁର ଅଧିକାଂସ ଲୋକ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି। ମାତ୍ର ଏବେ ଏହି ନଦୀ ପାଲଟିଛି ଚିନ୍ତାର କାରଣ। ନଦୀ ଜଳସ୍ତର ଦିନକୁ ଦିନଦିନ ଵଢି ଚାଲିଛି। ଏଭଳି ପରିସ୍ଥିତିରେ ଉପର ଅଧିକାରି ମାନଙ୍କ ପାଖରେ ଵାରମ୍ଭର ଅଭିଯୋର କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁନି। ଏପଟେ ନଦୀର ଜଳସ୍ତର ଦିନକୁ ଦିନ ଵଢି ଵଢି ଚାଲିଛି। ଗାଁ ସୁରକ୍ଷା ପାଇଁ ଯଦି କୈଣସି ପଦକ୍ଷେପ ନିଆନଯାଏ ତେଵେ ଏହା ଆଗାମୀ ଦିନରେ ଆନ୍ଦୋଳନ ରୁପ ନେଵ ଵୋଲି ଚେତାଵାନି ଦେଇଛନ୍ତି ଅଞ୍ଚଳଵାସି । ନଦୀ କୂଳିଆ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଵା ଵେଳେ । ଏହି ନଦୀକୂଳିଆ ଗାଁ ଏବେ ଅସୁରକ୍ଷିତ। ଜୀବିକା ସହ ଜୀବନ ମଧ୍ୟ ଏବେ ବିପଦରେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: