Videos
|
Odisha

ବ୍ରହ୍ମପୁର ଗ୍ୟାଙ୍ଗ୍ ରେପ୍ ଅଭିଯୁକ୍ତ କାହା ସୁରକ୍ଷାରେ ?

Manini Pattanayak
Browse all articles by Manini Pattanayak
·2 years ago·2 min read
ବ୍ରହ୍ମପୁର ଗ୍ୟାଙ୍ଗ୍ ରେପ୍ ଅଭିଯୁକ୍ତ କାହା ସୁରକ୍ଷାରେ ?

ବ୍ରହ୍ମପୁର : ବ୍ରହ୍ମପୁର ଗ୍ୟାଙ୍ଗ୍ ରେପ୍ ଅଭିଯୁକ୍ତ କାହା ସୁରକ୍ଷାରେ ? । କାହିଁକି ହାତବାନ୍ଧି ଚୁପ୍ ବସିଛି ପୋଲିସ ? । ବିଜେପି ଆଣିଲା ସଙ୍ଗୀନ ଅଭିଯୋଗ, 3 ଜଣ ବିଧାୟକ ପକାଉଛନ୍ତି ଚାପ । କିଏ ସେ ବିଧାୟକ ମାନେ ? ଅଭିଯୁକ୍ତ ମାନଙ୍କ ସହ ତାଙ୍କର କି ସମ୍ପର୍କ ? । ଇଲେକସନ୍ ପାର୍ କରିଦେବାପାଇଁ ହୋଇଛି କି ଉଦ୍ୟମ ? । ପୁଣି କାଠଗଡାରେ ବିଜେଡି ନେତା, ଆଉ ବିବାଦରେ ବ୍ରହ୍ମପୁର ପୋଲିସ ।  

ମାକୁ ସମ୍ମାନ କଥା କହୁଥିବା ବିଜେଡି ଦଳ ବ୍ରହ୍ମପୁର ଗ୍ୟାଙ୍ଗରେଫ୍ ଘଟଣାରେ ପୁଣି କାଠଗଡାରେ । ଦଳର ବିଧାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି ମହିଳା ମୋର୍ଚ୍ଚା । ଆଉ ସିଧାସିଧା ନିଶାନା କଲା ବିଜେଡି ବିଧାୟକଙ୍କୁ । ଆଉ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେବାପାଇଁ ପୋଲିସ ଉପରେ ଚାପ ପଡିଥିବା କଥା କହିଛି ବିଜେପି । ଆଉ ନିର୍ବାଚନ ସମୟ ଗଡାଇ ଦେବାପାଇଁ ହୀନ ଉଦ୍ୟମ ହୋଇଥିବା ବେଳେ ପୋଲିସ କାହିଁକି ଚୁପ୍ ହୋଇ ବସିଛି ଏହାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ ।
 କିଏ ଏଇ ରୁତୁନ ଦାସ। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ରୁତୁନ ଦାସ ହିଁ ତାଙ୍କୁ ଡାକି ନେଇଥିଲା ମେସକୁ ।

ଏଇ ରୁତୁନ ହିଁ ଡ୍ରିଙ୍କସରେ ନିଶା ମିଶାଇ ଦେଇଥିଲା ଛାତ୍ରୀଙ୍କୁ। ଛାତ୍ରୀ ଜଣଙ୍କ ହୋସରେ ନଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହେଲେ। ବ୍ରହ୍ମପୁରର ଏଭଳି ଲୋମଟାଙ୍କୁରା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ସନ୍ଦେହ ଘେରରେ। ନଜର ପକାନ୍ତୁ ବିକ୍ରମ ଜେନାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ। ସେ ଅଲ ଓଡ଼ିଶା ଡିପ୍ଲୋମା ଷ୍ଟୁଣ୍ଡେଣ୍ଟ ଆସୋସିଏସନର ସଭାପତି ବୋଲି ଉଲ୍ଲେଖ କରିଛନ୍ତି। ତା ସହିତ ଲେଖାହୋଇଛି THE KING MAKER।

ଅଭିଯୋଗ ହେଉଛି ବିକ୍ରମ ବିଜେଡିର ଛାତ୍ର ନେତା। ବିଜେଡିର ବଡ଼ ନେତା ମାନଙ୍କ ସହ ତାଙ୍କ ଫଟୋ ବି ଆସିଛି ସାମ୍ନାକୁ । ବିଧାୟକ ବିକ୍ରମ ପଣ୍ଡାଙ୍କ ଖାସ୍ ବିକ୍ରମ ବୋଲି ଅଭିଯୋଗ ବି ହୋଇଛି । ଆଉ ବିକ୍ରମଙ୍କୁ ବଞ୍ଚାଇବା ପାଇଁ ବିଜେଡିର ବିଧାୟକ ମାନେ ଚାପ ପକାଉଥିବା କଥା କହିଛି ବିଜେପି ।   ବ୍ରହ୍ମପୁରରେ ଘଟିଥିବା ଏପରି ଅଭାବନୀୟ ଘଟଣା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ଜଣେ ନାବାଳିକାଙ୍କୁ ଜଘନ୍ୟ ଭାବେ ଗ୍ୟାଙ୍ଗ୍ ରେଫ୍ ହୋଇଥିଲେ ହେଁ କାହିଁକି ମୁହଁ ଖୋଲୁନାହାନ୍ତି ବିଜେଡିର ବିଧାୟକ ମାନେ ।  ମହିଳା ସମ୍ମାନର କଥା କହୁଥିବା ବିଜେଡି ଦଳ କାହିଁକି ଚୁପ୍ । 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: