|
logo
Live
Argus News App
GET APP

Argus News - ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା

Odisha

Pitabas Panda Murder Mystery / ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା

Key Points

ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ବ୍ରହ୍ମପୁର ସହରର ଜଣେ ଚର୍ଚ୍ଚିତ ରାଜନେତାଙ୍କୁ ଉଠାଇନେଲା ପୋଲିସ । ପୋଲିସ ଉଠାଇ ନେଇଥିବା ରାଜନେତା ଜଣଙ୍କ ପୂର୍ବରୁ ଏକାଧିକ ମାମଲାରେ ଜେଲ୍‌ରେ ଥିଲେ ବୋଲି ଜଣାପଡ଼ିଛି ।
ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ବ୍ରହ୍ମପୁର ସହରର ଜଣେ ଚର୍ଚ୍ଚିତ ରାଜନେତାଙ୍କୁ ଉଠାଇନେଲା ପୋଲିସ । ପୋଲିସ ଉଠାଇ ନେଇଥିବା ରାଜନେତା ଜଣଙ୍କ ପୂର୍ବରୁ ଏକାଧିକ ମାମଲାରେ ଜେଲ୍‌ରେ ଥିଲେ ବୋଲି ଜଣାପଡ଼ିଛି ।

ପୋଲିସ ଉକ୍ତ ରାଜନେତାଙ୍କୁ ସୋମବାର ସନ୍ଧ୍ୟାରେ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି । ୪ ଦିନ ହେଲା ପୋଲିସ ସ୍ଥାନୀୟ ଜଣେ କର୍ପୋରେଟରଙ୍କ ସହ ଦିଲ୍ଲୀରୁ ଜଣେ ଛାତ୍ର ନେତାଙ୍କୁ ଉଠାଇ ଆଣି ଜେରା ଜାରି ରଖିଛି । ଆଉ ସୋମବାର ବ୍ରହ୍ମପୁର ସହରର ଜଣେ ନେତାଙ୍କୁ ଉଠାଇ ନେବା ପୀତବାସଙ୍କ ହତ୍ୟା ପଛରେ ରାଜନୈତିକ ଦିଗକୁ ଇଙ୍ଗିତ କରୁଛି ।

ଏଥିସହ ପଢ଼ନ୍ତୁ: ୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍‌; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର

ତେବେ ବ୍ରହ୍ମପୁର ପୋଲିସ ଏବେ ଉଠାଇ ନେଇଥିବା ଚର୍ଚ୍ଚିତ ରାଜନେତାଙ୍କ ସହ ପୀତବାସଙ୍କ ହତ୍ୟାର କ'ଣ ସମ୍ପର୍କ ରହିଛି ତାହା ପୋଲିସ ସ୍ପଷ୍ଟ କରିନି । ଏବେ ପୋଲିସ ଜଣେ କର୍ପୋରେଟରଙ୍କ ସହ ଜଣେ ଛାତ୍ର ନେତାଙ୍କୁ ମିଶାଇ ୮ ଜଣଙ୍କୁ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ରବିବାର ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇ ପୋଲିସ ମଧ୍ୟ ଜେରା କରୁଛି । ଜାତୀୟ ରାଜପଥରେ ଲାଗିଥିବା CCTVର ମଧ୍ୟ ଯାଞ୍ଚ କରାଯାଉଛି ।

ପୀତବାସଙ୍କ ହତ୍ୟାର ଛାନଭିନ୍ କରୁଥିବା ବ୍ରହ୍ମପୁର ପୋଲିସ ୫ ରାଜ୍ୟରେ ଚଢ଼ାଉ କରିଥିଲା । ବିହାର ସହ ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରେଡ୍ କରିଥିଲା ବ୍ରହ୍ମପୁର ପୋଲିସ । ଆଉ ଏସବୁ ରାଜ୍ୟରେ ରେଡ୍ ପରେ ପୋଲିସ ୮ରୁ ୧୦ ଜଣଙ୍କୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ।

ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ବଡ଼ ସୁରାକ୍ ଲାଗିଛି । ଅପରାଧର ମୋଟିଭ୍ ମଧ୍ୟ ପୋଲିସ ପାଇଥିବା କୁହାଯାଉଛି । ପୂର୍ବ ଶତ୍ରୁତା ସହ ଜମିଜମା ବିବାଦ, ବାଲିଘାଟ ବିବାଦ ଏମିତି ଏକାଧିକ କାରଣ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ହେଉଛି ।

ଏଥିସହ ପଢ଼ନ୍ତୁ: ୨୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ସାଂଘାତିକ ଅଭିଯୋଗ, OLA ଫାଉଣ୍ଡରଙ୍କ ନାଁରେ ଏତଲା

ମିଳିଥିବା ସୂଚନା ଅନୁସାରେ, ଏକ ଅନଲାଇନ୍ ଟ୍ରାଞ୍ଜାକ୍ସନରୁ ପୋଲିସ ରାଜ୍ୟ ବାହାରୁ ଦୁଇରୁ ଏକାଧିକଙ୍କୁ ଧରିବା ପରେ ଜେରା କରୁଛି । ୟୁପିଆଇ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ରାଜ୍ୟ ବାହାର ଲିଙ୍କ୍ ପାଇଛି ପୋଲିସ । ଜଣେ ବ୍ୟକ୍ତି ବ୍ରହ୍ମପୁରରୁ ନିର୍ଦ୍ଦିଷ୍ଟ ଠିକଣାରୁ ପରିବାରଙ୍କୁ ଟଙ୍କା ପଠାଇଥିଲେ । ଯାହା ପୀତବାସଙ୍କ ହତ୍ୟା ପଛର ଥିବା ବଡ଼ ଷଡ଼ଯନ୍ତ୍ରକୁ ଧରା ପକାଇଥିବା ଅନୁମାନ କରାଯାଉଛି ।

ଅକ୍ଟୋବର କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ହେବ ସମୟରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Mystery: ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା | Argus News