Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ସାଂଘାତିକ ଅଭିଯୋଗ, OLA ଫାଉଣ୍ଡରଙ୍କ ନାଁରେ ଏତଲା

National

OLA / ୨୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ସାଂଘାତିକ ଅଭିଯୋଗ, OLA ଫାଉଣ୍ଡରଙ୍କ ନାଁରେ ଏତଲା

Sushanta Sahoo
Browse all articles by Sushanta Sahoo
·6 months ago·2 min read
୨୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ସାଂଘାତିକ ଅଭିଯୋଗ, OLA ଫାଉଣ୍ଡରଙ୍କ ନାଁରେ ଏତଲା

Key Points

ଅରବିନ୍ଦଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଅଶ୍ଵିନ ସେହି ଫ୍ଲାଟ୍‌ରୁ ଏକ ୨୮ ପୃଷ୍ଠାର ସୁଇସାଇଡ୍ ନୋଟ୍ ପାଇଥିଲେ । ଯେଉଁଥିରେ ଅରବିନ୍ଦ ତାଙ୍କ ବରିଷ୍ଠ ସହକର୍ମୀ ସୁବ୍ରତ କୁମାର ଦାସ ଓ ଭାବିଶ ଅଗ୍ରୱାଲଙ୍କ ଉପରେ ଅଫିସ୍‌ରେ ନିର୍ଯାତନା ଏବଂ ଚାପ ପକାଇବାର ଅଭିଯୋଗ କରିଛନ୍ତି ।
ବେଙ୍ଗାଳୁରୁ: ଭାରତୀୟ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା କମ୍ପାନୀ ଓଲା ଇଲେକ୍ଟ୍ରିକ୍‌ର ଜଣେ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପୂର୍ବରୁ ସେ ଲେଖିଛନ୍ତି ୨୮ ପୃଷ୍ଠାର ସୁଇସାଇଡ୍ ନୋଟ୍ । ଯେଉଁଥିରେ ବରିଷ୍ଠ ସହକର୍ମୀ ତାଙ୍କୁ ମାନସିକ ଓ ଆର୍ଥିକ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି ।

ମୃତ ଯୁବ ଇଞ୍ଜିନିୟରଙ୍କ ଭାଇ ଓଲା କମ୍ପାନୀର ସିଇଓ ଭାବିଶ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ସହକର୍ମୀଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା ନେଇ ମାମଲା କରିଛନ୍ତି । ସେପଟେ ଏହି ମାମଲାରେ ଓଲା ସ୍ପଷ୍ଟୀକରଣ ଦେଇଛି । କର୍ତ୍ତୃପକ୍ଷ କହିଛନ୍ତି, "ଅରବିନ୍ଦ ଓଲା ଇଲେକ୍ଟ୍ରିକ୍‌ରେ କାମ କରୁଥିଲେ । କିନ୍ତୁ ସେ କେବେ ଚାକିରିରେ ମାନସିକ ଚାପ ନେଇ କୌଣସି ଅଭିଯୋଗ କରି ନଥିଲେ ।"

ଏଥିସହ ପଢ଼ନ୍ତୁ: ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା

ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି, "୨୦୨୨ରୁ ଅରବିନ୍ଦ ଓଲା ଇଲେକ୍ଟ୍ରିକ୍‌ର ହୋମୋଲୋଗୋଶନ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ସେପ୍ଟେମ୍ବର ୨୮ରେ ସେ ବେଙ୍ଗାଳୁରୁ ସ୍ଥିତ ତାଙ୍କ ଫ୍ଲାଟରେ ବିଷ ପିଇ ଦେଇଥିଲେ । ଅରବିନ୍ଦଙ୍କ ବନ୍ଧୁ ତାଙ୍କୁ ଦେଖା କରିବାକୁ ଆସିବା ବେଳେ ସ୍ଥିତି ସଙ୍ଗୀନ ଥିବା ଦେଖି ନିକଟସ୍ଥ ହସ୍ପିଟାଲ୍ ନେଇଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ସେହିଦିନ ହିଁ ଅରବିନ୍ଦ ଆଖି ବୁଜିଥିଲେ ।"

ଅରବିନ୍ଦଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଅଶ୍ଵିନ ସେହି ଫ୍ଲାଟ୍‌ରୁ ଏକ ୨୮ ପୃଷ୍ଠାର ସୁଇସାଇଡ୍ ନୋଟ୍ ପାଇଥିଲେ । ଯେଉଁଥିରେ ଅରବିନ୍ଦ ତାଙ୍କ ବରିଷ୍ଠ ସହକର୍ମୀ ସୁବ୍ରତ କୁମାର ଦାସ ଓ ଭାବିଶ ଅଗ୍ରୱାଲଙ୍କ ଉପରେ ଅଫିସ୍‌ରେ ନିର୍ଯାତନା ଏବଂ ଚାପ ପକାଇବାର ଅଭିଯୋଗ କରିଛନ୍ତି । ସୁଇସାଇଡ୍‌ ନୋଟ୍‌ରେ ଅରବିନ୍ଦ ଲେଖିଛନ୍ତି, "ମୋତେ ମାନସିକ ଭାବରେ ପ୍ରପୀଡ଼ିତ କରାଯାଇଛି ଏବଂ ଦରମା ଓ ଅନ୍ୟ ଭତ୍ତା ଦେବାକୁ ମନା କରି ଦିଆଯାଇଛି । ଆଉ ଏଥିପାଇଁ ମୁଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛି ।"

ମୃତ୍ୟୁର ୨ ଦିନ ପରେ ୧୭ ଲକ୍ଷ ଟ୍ରାନ୍ସଫର

ମୃତକଙ୍କ ଭାଇ ଅଶ୍ଵିନଙ୍କ ଅନୁସାରେ, ଅରବିନ୍ଦଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ଖାତାକୁ ୧୭ ଲକ୍ଷ ୪୬ ହଜାର ୩୧୩ ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହାକୁ ନେଇ ସେ ଯେତେବେଳେ କମ୍ପାନୀ ସହ ସମ୍ପର୍କ କଲେ ତ ବରିଷ୍ଠ ସହକର୍ମୀ ସୁବ୍ରତ ଦାସ କିଛି ସ୍ପଷ୍ଟ କରି ନଥିଲେ । ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ କିଛି କହି ନଥିଲେ । ଏହା ପରେ ପରିବାର ଲୋକ, କମ୍ପାନୀର ଉଦ୍ଦେଶ୍ୟ ଉପରେ ସନ୍ଦେହ କରିଥିଲେ ।

ଏଥିସହ ପଢ଼ନ୍ତୁ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଜେଲେନସ୍କିଙ୍କ ବଡ଼ ବୟାନ

ଏହା ପରେ ଅରବିନ୍ଦଙ୍କ ଭାଇ ହତ୍ୟା ସନ୍ଦେହ କରି ୬ ଅକ୍ଟୋବରରେ ଭାବିଶ ଅଗ୍ରୱାଲ, ସୁବ୍ରତ ଦାସ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଯେଉଁଥିରେ ଅଶ୍ଵିନୀ ଅଭିଯୋଗ କରିଛନ୍ତି, ଅଫିସ୍‌ରେ ଲଗାତାର ଅରବିନ୍ଦଙ୍କୁ ମାନସିକ ନିର୍ଯାତନା ଦିଆ ଯାଉଥିଲା । ଏଥିପାଇଁ ତାଙ୍କ ବରିଷ୍ଠ ସହକର୍ମୀ ଦାୟୀ । ଏପରିକି ଆତ୍ମହତ୍ୟା ପାଇଁ ଉସୁକାଇ ଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ola Engineer Dies by Suicide in Bengaluru | Argus News | Argus News