Odisha Governor Oath Ceremony / ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟ ବିଚାରପତି କରାଇଲେ ଶପଥପାଠ
·2 hours ago·1 min read

Key Points
ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ହାଇକୋର୍ଟର ମୁଖ୍ୟ ବିଚାରପତି କରାଇଲେ ଶପଥପାଠ
ଶପଥ ଗ୍ରହଣ ସାମାରୋହରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ହାଇକୋର୍ଟର ମୁଖ୍ୟ ବିଚାରପତି କରାଇଲେ ଶପଥପାଠ
ଶପଥ ଗ୍ରହଣ ସାମାରୋହରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବ୍ରଜମୋହନ ରାମ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ନବ ନିଯୁକ୍ତ ରାଜ୍ୟପାଳଙ୍କୁ ସାମ୍ବିଧାନିକ ଶପଥ ପାଠ କରାଇଛନ୍ତି । ବ୍ରଜମୋହନ ରାମ ଓଡ଼ିଶାର ଜନସାଧାରଣଙ୍କ ସେବା ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ଅବସରରେ ସଂକଳ୍ପ ନେଇଛନ୍ତି ।
ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ରାଜନୀତି ଓ ପ୍ରଶାସନର ବଡ଼ ଚେହେରା ଏକାଠି ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସମାରୋହରେ ଉପସ୍ଥିତି ଥିଲେ । ଏହା ସହିତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ହାଇକୋର୍ଟର ବିଚାରପତିଗଣ, ବହୁ ସାଂସ୍କୃତିକ ଓ ପ୍ରଶାସନିକ ପ୍ରମୁଖ, ସାଂସଦ, ବିଧାୟକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ମଧ୍ୟ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିବା ପାଇଁ ଉତ୍ସବରେ ସାମିଲ ହୋଇଥିଲେ ।
ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ୍ ହରିଶ ଟଣ୍ଡନ ଶ୍ରୀ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। https://t.co/5nttL089Xu
— Governor Odisha (@GovernorOdisha) October 18, 2026
ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ରାଜନୀତି ଓ ପ୍ରଶାସନର ବଡ଼ ଚେହେରା ଏକାଠି ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସମାରୋହରେ ଉପସ୍ଥିତି ଥିଲେ । ଏହା ସହିତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ହାଇକୋର୍ଟର ବିଚାରପତିଗଣ, ବହୁ ସାଂସ୍କୃତିକ ଓ ପ୍ରଶାସନିକ ପ୍ରମୁଖ, ସାଂସଦ, ବିଧାୟକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ମଧ୍ୟ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିବା ପାଇଁ ଉତ୍ସବରେ ସାମିଲ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories