Pet Dog vs King Cobra Fight Poultry Farm Rayagada / ଫାର୍ମ ଭିତରକୁ ଅଚାନକ ମାଡ଼ି ଆସିଲା ୧୫ ଫୁଟ ଲମ୍ବା ଅହିରାଜ; କାଳିଆ ଲାଗି ବଞ୍ଚିଗଲେ ୩୦୦୦ କୁକୁଡ଼ା
·1 hour ago·2 min read

Key Points
"କାଳିଆ" ନାମକ ଏକ ପୋଷା କୁକୁର ନିଜ ଜୀବନକୁ ବାଜି ଲଗାଇ ଏକ ୧୫ ଫୁଟ ଲମ୍ବା ଅହିରାଜକୁ ଫାର୍ମ ଭିତରକୁ ପ୍ରବେଶ କରିବାରୁ ଅଟକାଇଥିଲା।
ପୋଷା କୁକୁରର ଉପସ୍ଥିତ ବୁଦ୍ଧି ଯୋଗୁଁ ଫାର୍ମ ମଧ୍ୟରେ ବଞ୍ଚି ଯାଇଛନ୍ତି ପ୍ରାୟ ୩୦୦୦ କୁକୁଡ଼ା। ରାୟଗଡ଼ା ଜିଲ୍ଲାର ସିଂଘାରି ଗ୍ରାମରେ ଅବସ୍ଥିତ ଏକ କୁକୁଡ଼ା ଫାର୍ମ ପରିସରରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା। ହଠାତ ଫାର୍ମ ପରିସରକୁ ଏକ ୧୫ ଫୁଟ ଲମ୍ବା ଅହିରାଜ ମାଡ଼ି ଆସିଥିଲା। ଫାର୍ମ ଭିତରେ ଏହି ବିଶାଳକାୟ ବିଷାକ୍ତ ସାପକୁ ଦେଖି "କାଳିଆ" ନାମକ ଏକ ପୋଷା କୁକୁର ଫାର୍ମ ଭିତରେ ଥିବା ପ୍ରାୟ ୩୦୦୦ କୁକୁଡ଼ାଙ୍କ ରକ୍ଷକ ସାଜିଥିଲା। କାଳିଆ ନିଜ ଜୀବନକୁ ବିପଦରେ ପକାଇ ବିଶାଳକାୟ ଅହିରାଜକୁ ଅଟକାଇବା ସହ ମାଲିକଙ୍କ କୁକୁଡ଼ା ଫାର୍ମ ଧ୍ୱଂସ ହେବାରୁ ରକ୍ଷା କରିଥିଲା।
ଫାର୍ମ ଉପରେ ସତର୍କ ନଜର ରଖିଥିଲା କାଳିଆ
ମିଡ଼ିଆ ରିପୋର୍ଟ ଅନୁଯାୟୀ ଫଣିଶ ରାୟଙ୍କ ଫାର୍ମ ରେ ପ୍ରାୟ ୩୦୦୦ ଅଣ୍ଡା ଦେଉଥିବା କୁକୁଡ଼ା ଅଛନ୍ତି। ନଦୀ ଏବଂ ଜଙ୍ଗଲ ନିକଟରେ ଅବସ୍ଥିତ ହୋଇଥିବା କାରଣରୁ ଏହି ଫାର୍ମ ଉପରେ ପ୍ରାୟତଃ ବନ୍ୟ ପ୍ରାଣୀଙ୍କ ବିପଦ ରହିଥାଏ। ଗତ ଅକ୍ଟୋବର ୧୦ ତାରିଖ ଶନିବାର ଯେତେବେଳେ ବିଶାଳକାୟ ଅହିରାଜ କୁକୁଡ଼ା ଫାର୍ମ ଭିତରକୁ ପଶିବା ଆରମ୍ଭ କରିଥିଲା, ସେତେବେଳେ ଲାବ୍ରାଡୋର-ଜର୍ମାନ ସେଫର୍ଡ ମିଶ୍ରିତ କୁକୁର କାଳିଆ ବିପଦ ଅନୁଭବ କରି ମୋର୍ଚ୍ଚ ସମ୍ଭାଳିଥିଲା। ସେ ଅହିରାଜ ସାମ୍ନାରେ ବିନା ଭୟରେ ଠିଆ ହୋଇ ତାକୁ ଅଟକାଇଥିଲା। ଏପରିକି ଫାର୍ମଲ ପରିସରରେ ସେହି ବିଶାଳକାୟ ଅହିରାଜର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲା।
କାଳିଆ ସାମ୍ନାରେ ଛିଡ଼ା ହୋଇଥିବା ଦେଖି ସେହି ଅହିରାଜ ଭୟଭୀତ ହୋଇଉଠିଲା। ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଛକାପଞ୍ଝା ଲାଗି ରହିଥିଲା। ଠିକ୍ ସେତିକିବେଳେ, ଫାର୍ମ ପରିସରର ଅନ୍ୟ କୁକୁର "ଫେକ୍ସି" ଆସି ପହଞ୍ଚିଲା। ସାମ୍ନାରେ କାଳିଆ ସହ ଫେକ୍ସି ଛିଡ଼ା ହୋଇଥିବାର ଦେଖି ଅହିରାଜ କୁକୁଡ଼ାଙ୍କ ଶୀକାର କରି ପାରିଲା ନାହିଁ। ନିଜକୁ ଘେରି ଯାଉଥିବାର ଦେଖିବା ପରେ ସେହି ୧୫ ଫୁଟ ଲମ୍ବା ବିଶାଳକାୟ ଅହିରାଜ ପଛକୁ ହଟି ଯାଇଥିଲା। ପରେ ଚୁପଚାପ୍ ନିକଟସ୍ଥ ବଂଶଧାରା ନଦୀ ଆଡ଼କୁ ଚାଲି ଯାଇଥିଲା।
କାଳିଆ ପାଖରେ ପିଲା ଦିନରୁ ଅଛି ସାହସିକତା
କାଲିଆ ନାମକ ପୋଷା କୁକୁରକୁ ଫଣିଶ ରାୟଙ୍କୁ ଉପହାର ଦେଇଥିବା ପ୍ରମୋଦ କୁମାର ସାହୁକାର କୁହନ୍ତି ଯେ କାଳିଆ ଛୋଟ ବେଳଠୁ ନିର୍ଭୀକ। ଯେତେବେଳେ ସେ ଛୋଟ ଥିଲା ସେତେବେଳେ ସେ ଘରେ ପ୍ରବେଶ କରୁଥିବା ସାପକୁ ସାମ୍ନା କରୁଥିଲା। ଆଶ୍ଚର୍ଯ୍ୟର କଥା ହେଉଛି କାଳିଆ ପାଖରେ ପିଲା ଦିନରୁ ସାହସ ଅଛି। ସାହସିକତା କାଳିଆ ପରିବାରରେ ରହିଛି। ତାହାର ଭାଇ "କାଲୁ" ମଧ୍ୟ ନିୟମଗିରି ପାହାଡ଼ ନିକଟସ୍ଥ ଏକ ବଡ଼ ବଗିଚାର ଜଗାରଖା କାମରେ ନିୟୋଜିତ ରହିଛି। ଏହି ଛୋଟ କୁକୁଡ଼ା ରକ୍ଷକ ନିଜର ବିଶ୍ୱସ୍ତତା ଏବଂ ସାହସ ସହିତ ପ୍ରମାଣିତ କରିଛି ଯେ ସାହସିକତା ଉଚ୍ଚତା ଦ୍ୱାରା ନୁହେଁ ବରଂ ସାହସ ଦ୍ୱାରା ମାପାଯାଏ। ଆଜି ଏହାର ସାହସ ପାଇଁ, କାଳିଆ ସମଗ୍ର ଅଞ୍ଚଳରେ ଜଣେ ହିରୋ ପାଲଟିଛି। ଯାହାର ଫୋଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: