Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘରେ ପଶି ସୁନା ଗହଣା ଲୁଟ

Odisha

ଘରେ ପଶି ସୁନା ଗହଣା ଲୁଟ

Ritu Das
Browse all articles by Ritu Das
·2 years ago
ଘରେ ପଶି ସୁନା ଗହଣା ଲୁଟ

ଅର୍ଗସ ବ୍ୟୁରୋ: ଘରେ ପଶି ରାତି ଅଧରେ ଘରେ କଳାକନା ବୁଲାଇଲେ ଲୁଟେରା। ଲୁହା ଗ୍ରିଲ ଏବଂ କବାଟ ଭାଙ୍ଗି ଘରେ ପଶି ସୁନା ଓ ରୂପା ଗହଣା ଟଙ୍କା ଲୁଟିନେଲେ ଲୁଟେରା। ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ବିରତୋଇ ଗ୍ରାମର ସର୍ବେଶ୍ୱର ବଳିୟାରସିଂହଙ୍କ ଘରୁ ଲୁଟ୍ ହୋଇଛି।

ଘରେ ଥିବା ଗଡରେଜ୍ ଭାଙ୍ଗି ତିନୋଟି ଟ୍ରଙ୍କ ଟେକି ନେଇ ବାରିପଟେ ଟ୍ରଙ୍କ ଭାଙ୍ଗି ସେଥିରେ ଥିବା ସୁନା ଓ ରୂପାଗହଣା ନଗଦ ୧୦୦୦୦ ହଜାର ଟଙ୍କା ଲୁଟ୍ ହୋଇଥିବା ସର୍ବେଶ୍ୱର ପୋଲିସକୁ ସୂଚନା ଦେଇଛନ୍ତି। ଗଡିଶାଗୋଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ଟ୍ରଙ୍କ ୩ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରା ମାନଙ୍କ ଟେର ପାଇନାହିଁ ଗଡିଶାଗୋଦା ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Break into the house | Argus News