Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

Odisha

BRICS Summit / ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
BRICS Summit

Key Points

ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ
୧୧ଟି ଦେଶର ପ୍ରତିନିଧି ସମ୍ମିଳନୀରେ ସାମିଲ
ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ପ୍ରସଙ୍ଗରେ ଆଲୋଚନା

ବିଶ୍ୱ ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଚାଲିଛି ବ୍ରିକ୍ସ ଡିଜାଷ୍ଟର ରିଡକ୍ସନ ୱର୍କିଙ୍ଗ ଗ୍ରୁପ୍ ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ । ଗତକାଲି ପ୍ରଥମ ଦିନରେ ଯୋଗ ଦେଇଥିଲେ 11 ଦେଶର ପ୍ରତିନିଧି । 6ଟି ସେସନ୍ ରେ ବିଶ୍ଵ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିରୋଧକୁ ନେଇ ହୋଇଛି ଆଲୋଚନା ଓ ମାନସ ମନ୍ଥନ । ନେସନାଲ ଡିଜାଷ୍ଟର ମ୍ୟାନଜମେଣ୍ଟ ଅଥରିଟି ବା NDMA ଆୟୋଜନ କରିଥିଲା 6ଟି ଯାକ ସେସନ୍ । ପ୍ରଥମ ଓ ଦ୍ୱିତୀୟ ସେସନ୍ ରେ ସରକାରଙ୍କ ଡିଜାଷ୍ଟର ରିସ୍କ ରିଡକ୍ସନ ବା DRR ମଡେଲ ଓ ବୈଷୟିକ ରିପୋର୍ଟ ଉପରେ ହୋଇଥିଲା ବିଚାର ବିମର୍ଶ । ତୃତୀୟ ସେସନ୍ ରେ ମଲ୍ଟି ହାଜାର୍ଡ ୱାର୍ଣିଂ ଓ ଚତୁର୍ଥ ସେସନରେ ବିପର୍ଯ୍ୟୟ ପ୍ରତିରୋଧ ଶକ୍ତି ବା ରେଜିଲେନ୍ସ, ପଞ୍ଚମ ସେସନ୍ ରେ ବିପର୍ଯ୍ୟୟକୁ ନେଇ ପ୍ରକୃତି ବଭିତ୍ତିକ ସମାଧାନ,ଏବଂ ଷଷ୍ଠ ସେସନ୍ ରେ ନୂତନ ପ୍ରଯୁକ୍ତି ଓ ଜ୍ଞାନ କୌଶଳ ବ୍ୟବହାର କରି ବିପର୍ଯ୍ୟୟ ପରିଚାଳନା ଉପରେ ହୋଇଥିଲା ମାନସ ମନ୍ଥନ । ସବୁ ଦେଶର ପ୍ରତିନିଧି ନିଜ ନିଜର ଅନୁଭୁତି ଅଭିଜ୍ଞତା ବାଣ୍ଟିଥିଲେ ।

ଆଜି ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଗୋଷ୍ଠୀ ଭିଭିକ ଡିଆର୍‌ଆର୍ ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା, ବହୁ ମୁଖୀ ବିପଦ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ପ୍ରକୃତି ଆଧାରିତ ଓ ସ୍ବଦେଶୀ ସମାଧାନ, ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ। ଜୁନ୍ ୪ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା, ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏଥିସହ ସଦସ୍ୟମାନେ କୋଣାର୍କ ପରିଦର୍ଶନ କରିବେ। ୫ ତାରିଖରେ ବୈଷୟିକ ଅଧିବେଶନ ହେବ। ଏଥିରେ ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି, ପାରମ୍ପରିକ ଓ ପ୍ରକୃତି ଆଧାରିତ ସମାଧାନର ସମନ୍ଵୟ, ଡିଆରଆରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା ହେବ। ଏଥିସହ ରାମଚଣ୍ଡୀରେ ନୌକା ଉଦ୍ଧାର କାର୍ଯ୍ୟକଳାପର କ୍ଷେତ୍ର ପରିଦର୍ଶନ କରିବେ ସଦସ୍ୟ।

ଏଥିସହ ପଢ଼ନ୍ତୁ: ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ,ଏହି ସମ୍ମିଳନୀରୁ ହିଁ ବାହାରିବ ବିଶ୍ୱ ବିପର୍ଯ୍ୟୟ ପରିଚାଳନାର ସୂତ୍ର

ଏହି ସମ୍ମଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପୁରୀ। ପ୍ରସ୍ତୁତ ହୋଇଛି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ନିୟୋଜିତ ହୋଇଛନ୍ତି ବରିଷ୍ଠ ଅଧିକାରୀ । ପୁରୀ ସହ କୋଣାର୍କରେ ବି ପରିଦର୍ଶନ କରିବେ ବ୍ରିକ୍ସ୍ ରାଷ୍ଟ୍ର ସମୂହର ପ୍ରତିନିଧି । ତାଜ୍‌ରେ ସ୍ବାସ୍ଥ୍ୟ ଟିମ୍ ପ୍ରସ୍ତୁତ ରହିଛି । କୋଣାର୍କରେ ମଧ୍ୟ ରହିବେ ଜଣେ ମେଡିସିନ ସ୍ପେଶିଆଲିଷ୍ଟ । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଟରପ୍ରିଟେସନ ସେଣ୍ଟର୍ ମଧ୍ୟ ବୁଲିବେ । ଏନେଇ ପ୍ରସ୍ତୁତ ରହିଛନ୍ତି ଏଏସଆଇ ଓ ଆଇଓସିଏଲ ଟିମ୍ ସଦସ୍ୟ । କୋଣାର୍କର କଳାକୃତି ବୁଲି ଦେଖିବେ ସମସ୍ତ ଅତିଥି । ଆଜିଠୁ 5 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱ ବିପର୍ଯ୍ୟୟ ପରିଚାଳନାର ସୂତ୍ର ଏହି ସମ୍ମିଳନୀ ରୁ ହିଁ ବାହାରିବ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BRICS Summit | BRICS Nations Summit to Be Held in Puri, Chief Minister to Attend Inaugural Ceremony | Argus News