ଭରା ନଈରେ ବାଜିରେ ଲାଗୁଛି ଜୀବନ

ଅର୍ଗସ ବ୍ୟୁରୋ: ନାଳ ସେପଟେ ଗାଁ , ଏପଟେ ସହର । ରାତି ପାହିଲେ ଦୈନନ୍ଧିନ କାର୍ଯ୍ୟପାଇଁ ସହରକୁ ଯିବାକୁ ପଡେ । ହେଲେ କାଳ ସାଜିଛି ଉଛୁଳା ନାଳ । କେତେବେଳେ ଜୀବନ ଚାଲିଯିବ ସେ କଥା କହି ହେବନି । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆଗୁଳ ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁବାଇ ଗାଁର ଦୃଶ୍ୟ । ବର୍ଷା ଆଶିଲେ ଲୋକଙ୍କୁ ଯାତାୟାତ କରିବା ଚିନ୍ତା ବଢିଯାଏ । କୌଣସି ଉପାୟ ନପାଇ ଭରାନଇରେ ଲୋକେ ଜୀବନକୁ ବାଜି ଲଗାଇ ଯାଆନ୍ତି । କିପରି ଭରାନଇ ପାର କରୁଛନ୍ତି ଲୋକେ । ପଞ୍ଚୁବାଇ ଗାଁକୁ ଯିବାକୁ ହେଲେ ଏହି ରାସ୍ତାହିଁ ଏକମାତ୍ର ମାଧ୍ୟମ । ନାଳ ପାର ନହେଲେ ଯାଇହୁଏ ନାହିଁ । ହେଲେ ଏହା ଉପରେ ବ୍ରିଜ ଟିଏ ହୋଇ ନାହିଁ। ଫଳରେ ବର୍ଷାଦିନ ଆଶିଲେ ଲୋକେ ଭରାନଇରେ ଜୀବନକୁ ବାଜିରେ ଲାଗାଇ ଯାତାୟାତ କରୁଛନ୍ତି ।
ଏହି ଅଞ୍ଚଳରେ ଖାଲି ବ୍ରିଜ୍ ସମସ୍ୟା ରହିଛି ତାହାନୁହଁ ରାସ୍ତାର ସମସ୍ୟାତ ନକହିବା ଭଲ । ଏହି କାଦୁଅ ପଚପଚ ରାସ୍ତାରେ ଦୈନନ୍ଧିନ ଲୋକେ ଯାତାୟତ କରନ୍ତି। ଏହି ସମସ୍ୟାକୁ ନେଇ ଲୋକେ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ମୁନିଗୁଡା ବିଡିଓଙ୍କୁ ମଧ୍ୟ ଗୁହାରି ଜଣେଇଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉନି । ସ୍ବାଧିନତାର ଦିର୍ଘବର୍ଷ ପରେବି ଆଜିବି ଗାଁକୁ ରାସ୍ତାନାହିଁ କି ବ୍ରିଜ ହୋଇ ପାରିନି। ଜୀବନକୁ ବାଜିରେ ଲଗାଇ ନାଳ ପାର କରୁଛନ୍ତି ଉପାନ୍ତବାସୀ । ହେଲେ ଲୋକଙ୍କ ସମସ୍ୟା ପ୍ରତି କେବେ ତତ୍ପର ହେବ ମୁନିଗୁଡା ପ୍ରଶାସନ । ଆଉ କେବେ ତତ୍ପର ହେବ ରାୟଗଡା ପ୍ରଶାସନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: