Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରୁନି ସେତୁ, ବଦଳୁନି ଲୋକଙ୍କ ଭାଗ୍ୟ

Odisha

ସରୁନି ସେତୁ, ବଦଳୁନି ଲୋକଙ୍କ ଭାଗ୍ୟ

Ritu Das
Browse all articles by Ritu Das
·2 years ago·2 min read
ସରୁନି ସେତୁ, ବଦଳୁନି ଲୋକଙ୍କ ଭାଗ୍ୟ

ଅର୍ଗସ ବ୍ୟୁରୋ: ବର୍ଷ ବର୍ଷ ଧରି ଅଧାପନ୍ତରିଆ ଶହଶହ ବିଜୁ ସେତୁ। ଯୋଜନା ଆରମ୍ଭ ଦିନ ଠାରୁ ଅସମ୍ପୂର୍ଣ୍ଣ ଶତାଧିକ ସେତୁ। ବିଜୁ ସେତୁର ସଫଳତା କଥା କହୁଥିବା ବିଜେଡି ସରକାରକୁ ଶକ୍ତ ଚାପୁଡି ମାରିଛି ବାସ୍ତବ ଚିତ୍ର। ୨୦୧୧ ମସିହା ଅକ୍ଟୋବର ୧୨ରୁ ଆରମ୍ଭ ହୋଇଥିବା ବିଜୁସେତୁ ଯୋଜନା ଏବେ ବି ବିଭିନ୍ନ ସ୍ଥାନରେ ମାଟି କାମୁଡି ପଡିଛି। ବିଧାନସଭାରେ ବିଭାଗିୟ ମନ୍ତ୍ରୀଙ୍କ ତଥ୍ୟ ପରେ ଗ୍ରାଉଣ୍ଡଜିରୋରେ ବିଜୁ ସେତୁର ବାସ୍ତବ ସ୍ଥିତି ପରଖୀ ଥିଲା ଅର୍ଗସ୍ ଟିମ୍। ପୁରୀଏବଂ ନୟାଗଡରେ ରାଜ୍ୟ ସାରା ଅଧାପନ୍ତରିଆ ଭାବେ ଶହଶହ ବିଜୁ ସେତୁ ପଡି ରହିଛି।

୨୦୧୩ ମସିହାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ରାହାଡମଲ ଭାର୍ଗବୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯୋଜନାର ଲକ୍ଷ୍ୟ ଥିଲା ୫ଟି ପଞ୍ଚାୟତକୁ ସଂଯୋଗ ସୁଗମ ହେବ। କିନ୍ତୁ ତାହା ହେଲା ନାହିଁ।  ଫଳରେ ଜୀବନକୁ ବାଜି ଲଗାଇ କାଠଧଡାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ ଏବଂ ଲୋକେ। ସଦର ବ୍ଲକର ଶିରୁଳୀ ଠାରେ ରତ୍ନଚିରା ସେତୁ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ହେଲେ ୧୦ ବର୍ଷ ବିତିଗଲା ତିନୋଟି ପିଲାର ଉପରେ ଛାତପଡି ରହିଛି। ସେହିଭଳି କଣାସ ବ୍ଲକର କରମଳାଠାରେ ଲୁଣା ନଦୀ ଉପରେ ୨୦୧୮ ରୁ ଆରମ୍ଭ ହୋଇଥିବା ବିଜୁ ସେତୁ ୬ ବର୍ଷ ପରେ ବି ନିର୍ମାଣ ଶେଷ ହେବାର ନାଁ ଧରୁନି। 

ସେପଟେ ନୟାଗଡ ରଣପୁରର ସୁନାଖଳା ଠାରୁ ରଣପୁରକୁ ସଂଯୋଗ କରୁଥିବା ମନ୍ଦାକିନୀ ସେତୁର 10ବର୍ଷ ତଳୁ ଶିଳାନ୍ୟାସ ହୋଇଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରି ନାହଁ l ତୁରନ୍ତ ନୂତନ ବ୍ରିଜ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଏକ ବଡ଼ଧରଣର ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି l କିନ୍ତୁ ସେପଟେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୨୦୧୧ ରୁ ୨୦୨୩  ମଧ୍ୟରେ ୧୩୯୧ ଗୋଟି ସେତୁ ସରିଛି। ୫୪୧  ସେତୁ ନିର୍ମାଣାଧୀନ ରହିଛି। ୭୦୪ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସେଥିମଧ୍ୟରୁ ପୁରୀ ଜିଲ୍ଲାରେ ୨୮ ଗୋଟି ସମ୍ପୁର୍ଣ୍ଣ ହୋଇଛି, ୨୪ ଗୋଟି କାର୍ଯ୍ୟ ଚାଲିଛି, ୧୪ ଗୋଟି ଆରମ୍ଭ ଅବସ୍ଥାରେ। ସେହିପରି ନୟାଗଡ଼ରେ ୩୭ ଗୋଟି ସମ୍ପୂର୍ଣ୍ଣ ହୋଇଛି ୮ଗୋଟି ଚାଲିଛି ୧୧ଟି ଆରମ୍ଭ ଅବସ୍ଥାରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଧାନସଭା ତଥ୍ୟ ଓ ବାସ୍ତବ ଚିତ୍ର ପୁରା ଭିନ୍ନ। ନଦୀ ନାଳ ଉପରେ ସେତୁ ନିର୍ମାଣ କରି ଗାଁ ଗାଁ ଯୋଡ଼ିବାର ଲକ୍ଷ୍ୟ ହୋଇଛି ଭ୍ରଷ୍ଟ। ୨୩ ବର୍ଷର ସରକାରରେ ବି ନଦୀ ପାର ପାଇଁ କେଉଁଠି କାଠଧଡା ତ କେଉଁଠି ଭଙ୍ଗା ଦଦରା ପୋଲ ଭରଷା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
bridge work is | Argus News