Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ ସାରାର ଖବର ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ଦିନ ସାରାର ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରୋ: ଆଜି ମହାପ୍ରଭୁଙ୍କର ପବିତ୍ର ସୁନାବେଶ... ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପର ଦର୍ଶନ ଦେବେ ଶ୍ରୀଜିଉ .... ସନ୍ଧ୍ୟା 5ଟାରୁ 6.30ଟା ମଧ୍ୟରେ ତିନି ଠାକୁରଙ୍କ ହେବେ ସୁନାବେଶ ... ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା

୨- ଏସସିବି ମେଡିକାଲରେ ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦ ବଢିବାରେ ଲାଗିଛି। ଆଜି ଠାରୁ ହାଉସ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। 

୩- ବରଗଡ଼ରେ ନକଲି ସାର୍ଟିଫିକେଟ ଦେଇ ୪୦ଜଣ ଚାକିରି କରିଥିବା ଅଭିଯୋଗ .............ଏହି ମାମଲାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ନକଲି ଶିକ୍ଷକ ଅଛନ୍ତି, ଅଭିଯୋଗ ଆଧାରରେ ବିଭାଗ  ତଦନ୍ତ କରିବ। ଏ ଦିଗରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ 

୪- ଉଚ୍ଚ ଶିକ୍ଷା ବିଭାଗ ପାଇଁ ଆସିଲା ଗାଇଡଲାଇନ। ହଷ୍ଟେଲ କ୍ୟାଣ୍ଟିନ ଓ କଲେଜ ପରିସରରେ ପିଲାଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କ ଫୁଡ଼ ନ ଦେବା ପାଇଁ ଚିଠି କଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ଏହି ନିୟମ

୫- ୧୬ ଜୁଲାଇ ଅପରାହ୍ନରେ ଦୁବାଇରେ ତାପମାତ୍ରା ରେକର୍ଡ କରିଛି....ସୁନାର ସହରରେ ତାପମାତ୍ରା ୬୨ ଡିଗ୍ରୀ ଟପିଛି।

୬- କ୍ରିକେଟ ଜଗତରୁ ଆସିଛି ଏକ ଦୁଃଖଦ ଖବର.....ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମିକା ନିରୋଶାନାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ସେ ଦେଶର ଅଣ୍ଡର ୧୯ ଟିମର କ୍ୟାପଟେନ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୭- ଛାଡପତ୍ର ଖବର ମଧ୍ୟରେ ମୁମ୍ଵାଇ ଛାଡିଲେ ନତାଶା ? ପୁଅ ଅଗସ୍ତ୍ୟ ସହ ଗଲେ ସର୍ବିଆ !

୮- କିସିଂ ସିନ୍‌ରେ ସେନ୍ସର ବୋର୍ଡ ଚଳାଇଲା କଇଁଚି.....ଫିଲ୍ମର ସ୍ୱତନ୍ତ୍ର ଦୃଶ୍ୟକୁ କାଟି ଦିଆଯାଇଛି....ରିଲିଜ୍ ପୂର୍ବରୁ ଭିକି-ତୃପ୍ତିଙ୍କ ଫିଲ୍ମ’ବ୍ୟାଡ୍ ନ୍ୟୁଜ୍’କୁ ବଡ଼ ଝଟ୍‌କା!

୯- ୨୦୨୫ରେ ଆରମ୍ଭ ହେବ ‘Soldier-2’ ସୁଟିଂ, କନଫର୍ମ କଲେ ନିର୍ମାତା ରମେଶ ତୌରାନି

୧୦- ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ବର୍ଷା ବଢ଼ିବ, ଶୁକ୍ରବାର ସୃଷ୍ଟି ହେବ ଆଉ ଏକ ଲଘୁଚାପ

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Brie | Argus News