Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ ବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନ ବେଳର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ସରିଲା ଦଶହରା, ଆଜି ମେଲାଣି ନେବେ ମା'... ଭସାଣୀ ଉତ୍ସବ ପାଇଁ ଟ୍ବିନସିଟିରେ ବ୍ୟାପକ ବନ୍ଦୋବସ୍ତ...ଭୁବନେଶ୍ବର ଦୟା ଏବଂ କୁଆଖାଇରେ 5ଟି ଓ କଟକର ଦେବୀଗଡାରେ 3ଟି ଅସ୍ଥାୟୀ ପୋଖରୀ... ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ...
୨- ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ଟ୍ବିନସିଟିରେ ଟ୍ରାଫିକ୍ କଟକଣା... ଭୁବନେଶ୍ବର ବାଣୀବିହାର ପଟୁ ରୂପାଲୀ ଛକ ଓ କିଟ୍ ଛକ ପଟୁ ନାଲକୋ ଆଡ଼କୁ ଯାଇପାରିବନି ଯାନବାହାନ...କଟକରେ କଲେଜ ଛକଠୁ ବକ୍ସିବଜାର, 3କୋଣିଆ ବଗିଚା, ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ ମନା
୩- ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି... ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ... ଆଜିଠୁ ବାଳଭୋଗ ନୀତି ଆରମ୍ଭ... କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ
୪- ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ.....ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ
୫- ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ....ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ବୋମା ନିଷ୍କ୍ରିୟ ସ୍କ୍ବାଡ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି.....
୬- ଇସ୍ରାଏଲ୍ ସେନା ଉପରେ ହିଜବୁଲ୍ଲାର ଆକ୍ରମଣ... ଡ୍ରୋନ୍ ଦ୍ବାରା ଇସ୍ରାଏଲ ଡିଫେନ୍ସ ଫୋର୍ସର ବେସ କ୍ୟାମ୍ପକୁ ଟାର୍ଗେଟ୍.. ଇସ୍ରାଏଲ ଡିଫେନ୍ସ ଫୋର୍ସର ୪ଜଣ ଯବାନଙ୍କ ମୃତ୍ୟୁ...ହିଜବୁଲ୍ଲାକୁ ଟାର୍ଗେଟ୍ କରି ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣ.
 ୭- ଯାଜପୁର ଛତିଆ ନିକଟରେ ଭୟଙ୍କର ଦୁର୍ଘଟଣା.....ବାଇକକୁ ଧକ୍କା  ଦେଇ ଟାଣି ନେଇଥିଲା ବସ୍‌ ଏହାପରେ ବସଟି ବିଦ୍ୟୁତ ସଟ ସର୍କିଟ ହୋଇ ସଙ୍ଗେ ସଙ୍ଗେ ଜଳିବାକୁ ଲାଗିଥିଲା....ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି 
୮- ହକି ଇଣ୍ଡିଆ ଲିଗ୍ ନିଲାମୀ ପ୍ରକ୍ରିୟାରେ ସାମିଲ ହେଲେ  ୮ଟି କ୍ଲବ୍ ... ଟିମ୍ ଇଣ୍ଡିଆ କ୍ୟାପଟେନ୍ ହରମନପ୍ରୀତ ସିଂଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ୍ ... ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪୮ ଲକ୍ଷରେ କିଣିଲା ତାମିଲନାଡୁ ଡ୍ରାଗନ୍ସ.....ଡିସେମ୍ବର ୨୮ରୁ ରାଉରକେଲା ଓ ରାଞ୍ଚିରେ ଖେଳାଯିବ ହକି ଇଣ୍ଡିଆ ଲିଗ୍ 
୯- ରିଲାଏନ୍ସ ସିଇଓ ନୀତା ଅମ୍ବାନୀ କରୀନା-ସୈଫଙ୍କ ପୁଅ ଜେହ ଅଲ୍ଲୀ ଖାନଙ୍କ ସହ ଦାଣ୍ଡିଆ ଖେଳିଲେ। ସାଥିରେ ଥିଲେ ନୀତାଙ୍କ ଝିଅ ଈଶା ଅମ୍ବାନୀ।
୧୦- ସମଗ୍ର ଦେଶର ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Briefly on the | Argus News