Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିନ ବେଳର ଖବର ସଂକ୍ଷେପରେ...

Odisha

ଦିନ ବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନ ବେଳର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଦେଶ ସ୍ବାଧୀନତାକୁ ପୂରିଛି ୭୭ ବର୍ଷ..... ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି ପୁରା ଭାରତ....ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ। 
୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି......ଦେଶ ନିର୍ମାଣ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୋଦୀ ଉଦବୋଧନ ଦେଇଛନ୍ତି। 
୩- ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଇତିହାସ ରଚିଛନ୍ତି
୪- ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ ଏହାପରେ ମୋହନ କହିଥିଲେ ମୋଦୀଙ୍କ ନେତୃତ୍ବରେ ଭାରତର ଅର୍ଥନୀତି ୫ ଟ୍ରିଲିୟନ ହେବ ବୋଲି 
୫- ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା.......ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଗୋଟିଏ ଦିନ ଛୁଟି 
୬- ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା....ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ  କରିଥିବା ଜଣା ପଡିଛି....ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ 
୭- କୋଲକାତାରେ ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ଖୁଲ୍ଲାସା....ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ମିଳିଲା ପ୍ରମାଣ, କୋଲକାତାରେ ସିବିଆଇର ଛାନଭିନ
୮- ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ଯୋଜନା.....ଦିଲ୍ଲୀ-ପଞ୍ଜାବରେ ହାଇଆଲର୍ଟ
୯- ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି
୧୦- ଏମରଜେନ୍ସି’ର ଟ୍ରେଲର ରିଲିଜ ପରେ ସାଂସଦ କଙ୍ଗନା ରଣାୱତ ହେଲେ ଇମୋସନାଲ....କହିଲେ ‘ଆଜିର ଦିନ ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ.....ମୁଁ ଏହି ମୁଭି କରିବାକୁ ଖୁବ ପରିଶ୍ରମ କରିବା ସହିତ ଅନେକ ସମସ୍ୟାର ସାମ୍ନାକୁ ବି କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Briefly on the | Argus News