Videos
|
Odisha

ଭାଙ୍ଗିଲା ପୁରୀ ବେଳାଭୂମିରେ ନିର୍ମାଣଧୀନ ଘର

Manini Pattanayak
Browse all articles by Manini Pattanayak
·2 years ago·1 min read
ଭାଙ୍ଗିଲା ପୁରୀ ବେଳାଭୂମିରେ ନିର୍ମାଣଧୀନ ଘର

ପୁରୀ: ଭାଙ୍ଗିଲା ପୁରୀ ବେଳାଭୂମିରେ ନିର୍ମାଣଧୀନ ଘର। ଆଇନ ଉଲ୍ଲଂଘନ କରି ଜୁଆର ମାଡ଼ ହେଉଥିବା ସ୍ଥାନରେ ବି ଜାରି ରହିଥିଲା ନିର୍ମାଣ । ଖବର ପ୍ରସାରଣ ପରେ ପଡ଼ିଛି ବଡ ପ୍ରଭାବ। ପୁରୀ ବେଳାଭୂମିକୁ ବେଆଇନ ପ୍ରକ୍ରିୟାର ଜବରଦଖଲ ସହ ଏଠାରେ ଘର ନିର୍ମାଣ ଓ ପ୍ଲଟିଂ ଜନୈକ ମହିଳାଙ୍କୁ ମହଙ୍ଗା ପଡ଼ିଛି । ସିଆର୍‌ଜେଡ୍ ଅନୁମତି ପ୍ରତ୍ୟାହାର ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ମାଣାଧୀନ ଘରକୁ ଭଙ୍ଗାଯାଇଛି।

ଯେହେତୁ ଏହା ବ୍ରହ୍ମଗିରି ତହସିଲ ଅଧୀନ ସିପସରୁବାଲି ମୌଜାରେ ଆସୁଛି, ଏଣୁ ବ୍ରହ୍ମଗିରି ତହସିଲଦାରଙ୍କ ସମେତ ପିକେଡିଏ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ ନିର୍ମାଣକୁ ଜେସିବି ଲଗାଇ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ପୁରୀ ବେଳାମାର୍ଗର ଷ୍ଟଲିଂ ବୁଲାଣି ନିକଟରେ ବେଳାଭୂମି ଭିତରେ କିଛିଦିନ ଧରି ବେଆଇନ ପ୍ଲଟିଂ ସହ ଏକ ଘର ନିର୍ମାଣ ଚାଲିଥିଲା। ପିକେଡିଏ ପ୍ଲାନିଂକୁ ଅଗ୍ରାହ୍ୟ କରି ଦେଇଥିଲେ ବି ସିଆର୍‌ଜେଡ୍ ଅନୁମତି ବଳରେ ଏହି ନିର୍ମାଣ ଚାଲିଥିଲା| ହରଚଣ୍ଡୀ ସାହିର ଜନୈକ ମହିଳାଙ୍କ ନାମରେ ଏହି ଜାଗା ଥିବା ଦର୍ଶାଇ ନିର୍ମାଣ ଜାରି ରଖିଥିଲେ ଜବରଦଖଲକାରୀ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Broken under construction house in Puri Beach | Argus News