Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଧେଇବାବେଳେ ନଦୀରେ ବୁଡିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago
ଗାଧେଇବାବେଳେ ନଦୀରେ ବୁଡିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ 

ନୟାଗଡ:  ନଦୀରେ ବୁଡି ଭାଇ ଭଉଣୀ ମୃତ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଅଘଟଣ । ଗାଁର ଦୁତିକୃଷ୍ଣ ସେଠୀଙ୍କ ପୁଅ ଝିଅ ଓ ଗାଁର ଅନ୍ୟ ଜଣେ ନାବାଳକ ନିକଟସ୍ଥ କୁସୁମୀ ନଦୀକୁ ଗାଧେଇବାକୁ ଯାଇଥିଲେ । ଗାଧେଇବାବେଳେ ନଦୀରେ ବୁଡି ଯାଇଥିଲେ ଭାଇ ଭଉଣୀ।

ସାଙ୍ଗରେ ଥିବା ପୁଅ ଜଣକ ପାଟି କରି ଡାକିବାରୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଗ୍ରାମବାସୀ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଇଟାମାଟି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Brother and sister died by drowning in the river while bathing | Argus News