Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ବଜ୍ରପାତରେ ଭାଇ ମୃତ, ଭଉଣୀ ଗୁରୁତର  

Odisha

 ବଜ୍ରପାତରେ ଭାଇ ମୃତ, ଭଉଣୀ ଗୁରୁତର  

Manini Pattanayak
Browse all articles by Manini Pattanayak
·2 years ago·1 min read
 ବଜ୍ରପାତରେ ଭାଇ ମୃତ, ଭଉଣୀ ଗୁରୁତର  

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଅଭାବନୀୟ ଘଟଣା । ବଜ୍ରପାତରେ ଭାଇ ମୃତ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ନାବାଳକ ମୁକେଶ ପ୍ରଧାନୀ ହୋଇଥିବା ବେଳେ ଭଉଣୀ ସୁପ୍ରିୟା ପ୍ରଧାନୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ପ୍ରକାରେ ଆଜି ଅପରାହ୍ନରେ ଭାଇ ଭଉଣୀ ଓ ସମ୍ପର୍କୀୟ ଲୋକେ ନିକଟସ୍ଥ ମହୁଲ ଗଛ ନିକଟକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଭାଇ ଭଉଣୀ ବଜ୍ରାଘାତର ଶିକାର ହୋଇ ଅଚେତ ହୋଇ ତଳେ ପଡି ଯାଇଥିଲେ । ନିକଟରେ ଥିବା ସମ୍ପର୍କୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବା ପରେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ଭଉଣୀ ସୁପ୍ରିୟା ପ୍ରଧାନୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସମ୍ପର୍କୀୟ ଲୋକଙ୍କ ନିକଟରୁ ସୂଚନା ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Brother dead, sister critical in lightning strike | Argus News