Videos
|
Odisha

ଭାଇବୋହୂ ଓ ପୁତୁରାକୁ ହତ୍ୟା କଲା ଦେଢଶୁର

Manini Pattanayak
Browse all articles by Manini Pattanayak
·2 years ago·1 min read
ଭାଇବୋହୂ ଓ ପୁତୁରାକୁ ହତ୍ୟା କଲା ଦେଢଶୁର

ସମ୍ବଲପୁର : ଭାଇବୋହୁ ଓ ପୁତୁରା କୁ ହତ୍ୟା କଲା ଦେଢଶୁର। ଗୋବିନ୍ଦପୁର ଥାନା ଗରପୋଷ ଫାଣ୍ଡି ଦଲକିବାହାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଦେଢଶୁର ଲୋଚନ ପିଙ୍ଗ ନିଜର ଭାଇବୋହୁ ପୁର୍ଣିମା ପିଙ୍ଗ ଓ ଏକବର୍ଷ  ର ପୁତୁରା ଅଂଶୁକୁ କୁରାଢ଼ୀ ରେ ହାଣି ହତ୍ୟା କରିଛି। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ହତ୍ୟା ର କାରଣ ଅସ୍ପଷ୍ଟ । ଦଲକିବାହାଲ ଗ୍ରାମ କିସାନପଡ଼ାର ୱାର୍ଡ ସଭ୍ୟ ପରମେଶ୍ବର ପିଙ୍ଗ ଘରେ ନଥିବା ସମୟରେ ପୂର୍ଣ୍ଣିମା ଓ ୧ ବର୍ଷର ପୁଅ ଅଂଶୁଙ୍କୁ ଅଭିଯୁକ୍ତ ଦେଢଶୁର ଲୋଚନ ପିଙ୍କ ଏକ କୁରାଢ଼ିରେ ପ୍ରଥମେ ପୂର୍ଣ୍ଣିମାକୁ ବିଭତ୍ସ ଭାବରେ ହତ୍ୟା କରିଥିଲା।

ପରେ ପାଖରେ ଥିବା ୧ବର୍ଷର ଶିଶୁ କାନ୍ଦିବାରୁ ତାକୁ ମଧ୍ୟ ହତ୍ୟା କରିଛି।  ଘଟଣା ସମ୍ପର୍କରେ ଖବର ପାଇ କୁଚିଣ୍ଡା ଏସଡିପିଓ, ଗୋବିନ୍ଦପୁର ଆଇଆଇସି ଓ ଗଡ଼ପୋଷ ଫାଣ୍ଡି ଅଧିକାର ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଅଭିଯୁକ୍ତ  ଲୁଚି ପଳାଥିବା ବେଳେ ବହୁ ଖୋଜାଖୋଜି ପରେ ପୋଲିସ କାବୁ କରିବାରେ  ସଫଳ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ପରେ ସତ୍ୟ ସାମ୍ନାକୁ ଆସିବା ନେଇ ପୋଲିସ ସୂଚନା ଦେଇଛି।  

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
brother in law killed sister in law in sambalpur | Argus News