ବ୍ରାଉନସୁଗର ଡିଲ୍ ମାମଲା, କୋର୍ଟରେ ହାଜର ହେଲେ ପୂର୍ବତନ ଥାନା ବାବୁ
·2 years ago

ଅର୍ଗସ ବ୍ୟୁରୋ: କୋର୍ଟରେ ହାଜର ହେଲେ ପୂର୍ବତନ ଥାନା ବାବୁ। ବ୍ରାଉନସୁଗର ଡିଲ୍ ମାମଲାରେ ଗିରଫ ହେବା ପରେ ନିଲମ୍ବିତ ହୋଇଛନ୍ତି ବାଲେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ବର ସାହୁ। କ୍ରାଇମବ୍ରାଞ୍ଚ ଡିଏସପି ଅନାଦି ସେଠୀଙ୍କ ନେତୃତ୍ବରେ ୪ଜଣିଆ ଟିମ ସୁରକ୍ଷା ମଧ୍ୟରେ ପୂର୍ବତନ ଆଇଆଇସିଙ୍କୁ କୋର୍ଟରେ ହାଜର କରିଛନ୍ତି। ପ୍ରଥମେ ଜିଲ୍ଲା କୋର୍ଟରେ ହାଜର କରି ରେଜିଷ୍ଟ୍ରେସନ ପରେ ବାଲେଶ୍ବର ଜିଲ୍ଲା ଦୌରା ଜର୍ଜ ଅଶାନ୍ତ କୁମାର ଦାସ ବିଚାରପତିଙ୍କ ବାସ ଭବନରେ ହାଜର କରାଯାଇଛି।
ତାଙ୍କୁ ବାଲେଶ୍ୱର ଜେଲର ବିଚାରବିଭାଗୀୟ ହାଜତକୁ ପଠା ଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିବା ୪ ଦିନିଆ ରିମାଣ୍ଡ ଉପରେ ଆସନ୍ତା ସୋମବାର ଶୁଣାଣି ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: