କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର
·2 years ago

କଟକ: କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । 260 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ। ଜବତ ହୋଇ ଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ 26 ଲକ୍ଷ ଟଙ୍କା । ବ୍ରାଉନ ସୁଗାର କାରବାର କରୁ ଥିବା ଜଣେ ବେପାରୀକୁ ମଧ୍ୟ ଗିରଫ କରିଛି ପୋଲିସ ।
ଗିରଫ ଅଭିଯୁକ୍ତର ନାଁ ପ୍ରଶାନ୍ତ ବାରିକ ଓ ତାର ଘର ଜଗତପୁର ମଙ୍ଗଳାସାହି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରଶାନ୍ତ ନାଁରେ ପୂର୍ଵରୁ ଡକାୟତି ଓ ବନ୍ଧୁକ କାରବାର ନେଇ 7 ଟି ମାମଲା ରୁଜୁ ହୋଇଛି । ପୂର୍ଵରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁ ଥିବା ପ୍ରଶାନ୍ତ କିଛି ଦିନ ହେଲା ବ୍ରାଉନ ସୁଗାର କାରବାର ଆରମ୍ଭ କରି ଥିବା କହିଛନ୍ତି ଅତିରିକ୍ତ ଡିସିପି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: