ଭଦ୍ରକରେ ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନସୁଗାର କାରବାର

ଅର୍ଗସ ବ୍ୟୁରୋ: ଭଦ୍ରକ ସହରରେ ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି ବ୍ରାଉନ ସୁଗାର କାରବାର। ହେଲେ ଏହି ବ୍ରାଉନ ସୁଗାର କାରବାରର ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନି ଜିଲ୍ଲା ପୋଲିସ ପ୍ରଶାସନ। ଆଗାମୀ ସାଧାରଣ ନିର୍ବାଚନ ଆସୁଥିବାରୁ ପୋଲିସ କାଁ ଭାଁ ବ୍ରାଉନସୁଗାର ମାଫିଆଙ୍କୁ ଧରୁଥିବା ବେଳେ ସହରରୁ ମୂଳପୋଛ କରିପାରୁନାହିଁ ପୋଲିସ ପ୍ରଶାସନ। ସବୁ ଜାଣିଶୁଣି ପୋଲିସ ଓ ବ୍ରାଉନସୁଗାର ମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ଯୋଗୁଁ ଖସି ପଳାଇବାର ସକ୍ଷମ ହେଉଛନ୍ତି ଧଳା ଜହର ମାଫିଆ ମାନେ। ଆଗାମୀ ସାଧାରଣ ନିର୍ବାଚନରେ ନିଶା କାରବାର ପୋଲିସ ପାଇଁ ବହୁ ଚ୍ୟାଲେଞ୍ଜ ହେବ।
ଗତକାଲି ସେହିପରି ଗ୍ରାମାଞ୍ଚଳ ପୋଲିସ 17.85 ବ୍ରାଉନ ସୁଗାର ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି। ରାଣୀତାଲ ରମ୍ଭିଳା କେନାଲ ରୋଡ଼ ନିକଟରେ MV ଚେକିଂ ସମୟରେ ଏକ ବୁଲେଟ ନେଇ ଆସୁଥିବା ଦୁଇ ଜଣ ଯୁବକଙ୍କୁ ଅଟକାଇବାରୁ ତାଙ୍କ ନିକଟରୁ 17.85 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଗ୍ରାମାଞ୍ଚଳ ପୋଲିସ। ସେହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 3 ଟି ମୋବାଇଲ ଓ ଗୋଟିଏ ବୁଲେଟକୁ ଜବତ କରିଛି ପୋଲିସ।
ଏହାର ଆନୁମାନିକ ମୂଲ୍ୟ 2 ଲକ୍ଷ୍ୟ ଟଙ୍କା ହେବା ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଦୁଇ ଜଣ ଅଭିଯୁକ୍ତ ହେଲେ ତପନ ମଲ୍ଲିକ ଚରମ୍ପା ଅଞ୍ଚଳର, ଅନ୍ୟ ଜଣେ ଅଭିଯୁକ୍ତ ହେଲେ ଅନିଲ ନାୟକ ତାଙ୍କ ଘର ବିରିଗଡିଆ ଚରମ୍ପା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗ୍ରାମାଞ୍ଚଳ ପୋଲିସ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର