Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଅର୍ଗସ ବ୍ୟୁରୋ: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ନୂଆ ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକୁ ଜଗିବା ପାଇଁ  AI ସହ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସକାଳ 9ଟା ବେଳେ ପରୀକ୍ଷା ଆରମ୍ଭ ହେବ। 7ଟା30 ମିନିଟରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଛଡ଼ାଯିବ। 8ଟା 15 ମିନିଟ ପରେ ପ୍ରବେଶ ମନା। ଏଥର ରାଜ୍ୟରେ 3 ହଜାର 73 ମାଟ୍ରିକ୍ ପରୀକ୍ଷା କେନ୍ଦ୍ର କରାଯାଇଛି ।

ପ୍ରଥମଥର ପ୍ରତି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି । ଛାତ୍ରଛାତ୍ରୀ ହୁଅନ୍ତୁ ବା ପରୀକ୍ଷା ନିରୀକ୍ଷକ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଚଳିତ ବର୍ଷ ମୋଟ 5 ଲକ୍ଷ 62 ହଜାର 479 ପରୀକ୍ଷାର୍ଥୀ ମାଟ୍ରିକ୍, ମଧ୍ୟମା ଓ ଏସଓଏସରେ ପରୀକ୍ଷା ଦେବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BSEB Bihar Board Matric Exam 2024 | Argus News