ମିଛ ପ୍ରଚାରରେ ସୀମିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା

ଅର୍ଗସ ବ୍ୟୁରୋ : ପୁଣି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରଚାର । ମିଛ ପ୍ରଚାରରେ ସୀମିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା । ପଦାରେ ପଡିଲା ବିଜୁ ସ୍ୱାସ୍ଥ୍ୟ କାର୍ଡର ଅସଲ ସତ । ଡାହା ମିଛର ମୋହରା ସାଜିଛନ୍ତି ନିରୀହ ଆଦିବାସୀ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ସହଦେବ ପ୍ରସାକା । କିଛି ଦିନ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କାର୍ଡର ପ୍ରଚାର ପରସାର ପାଇଁ ତାଙ୍କ ହାତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧାରାଇ ଫୋଟ ଉଠାଇବା ସହ, ଆମ ଓଡିଶା ନବୀନ ଓଡିଶା ପ୍ରଚାର ପତ୍ରରେ ତାଙ୍କୁ କିଡନୀ ରୋଗି ସାଜାଇ ପ୍ରଚାର କରୁଛନ୍ତି ରାଜ୍ୟ ସରକାର ।
କିନ୍ତୁ ଅସଲ କଥା ସଂପୂର୍ଣ୍ଣ ଅଲଗା, ସେ କେବେ ଭୁବନେଶ୍ୱର ଯାଇନାହାନ୍ତି କି ଭୁବନେଶ୍ୱର ସହର ବିଷୟ ଶୁଣି ନାହାନ୍ତି । ନା କେବେ ତାଙ୍କୁ କିଡନୀ ଜନିତ ରୋଗ ହେଇଛି । ନା କେବେ ସେ ଅସହାୟ ଥିଲେ । ନା କେବେ ସେ ରାଜଧାନୀ ଯାଇ ସମ ହସ୍ପିଟାଲରେ ନିଜ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏମିତି କି ପ୍ରସାଦ ଜଣେ କିଡନୀ ରୋଗି, ସେ ଅର୍ଥ ଅଭାବ ଯୋଗୁଁ ଭୁବନେଶ୍ଵର ସ୍ଥିତ ସୋମ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କାର୍ଡର ସହଯୋଗରେ ପ୍ରାସାଦ କିଡନୀ ଅପ୍ରେସନ ସମ୍ଭବ ହେଇଛି ବୋଲି, ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ଛାପି ଅପ୍ରଚାର ମଧ୍ୟ କରିଛନ୍ତି । ତା ସହ ମଧ୍ୟ ବଡ ବଡ ପୋଷ୍ଟର ମାଧ୍ୟମରେ ବିଜ୍ଞାପନ ଛାପି ଦେଲେ ସରକାର ।
📱 Get Argus News App
✨ଅନ୍ୟପଟେ ଦେଖିବାକୁ ଗଲେ ସ୍ୱାସ୍ଥ୍ୟ ବିଭାଗର ଏହି ସବୁ ବୀମା ଯୋଜନା ପାଇବା ପାଇଁ ସରକାରଙ୍କ ଅନେକ ନିୟମ ଅଛି ତା ସହିତ ଏହି ସବୁ ବୀମା ଯୋଜନାକୁ କାମରେ ଲଗାଇବା ବେଳେ ଆବେଦନ ପ୍ରକ୍ରିୟା ବି ଅନେକ ରହିଛି ଯାହା ପାଇଁ ଡାକ୍ତର କିମ୍ବା ମୁଖ୍ୟ ମେଡିକାଲ ଅଧିକାରୀଙ୍କ ଅନୁମତି ନିହାତି ଦରକାର କିନ୍ତୁ ଏହି ଘଟଣାକୁ ନେଇ ପ୍ରଶ୍ନ ପଚାରିବାରୁ ରାୟଗଡା ଜିଲା ମୁଖ୍ୟଳୟ ମେଡିକାଲ ଅଫିସର କିଛି ନ ଜାଣିଲା ଭଳି କଥା କହିଥିବା ଜଣା ପଡ଼ିଛି ।
ଅନ୍ୟପଟେ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରଣୀ ସଦସ୍ୟ ଗୌତମ ସାମନ୍ତରାୟ । ସେ କହିଛନ୍ତି କି ବର୍ତ୍ତମାନ ରାଜ୍ୟ ସରକାର ଲଗାତାର ଭାବେ ସମସ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀ ଲୋକଙ୍କୁ ମୋହୋରା ବନାଇଛନ୍ତି । ଖାଲି ଏହି ଘଟଣା ବୋଲି ଆମେ କହି ପାରିବା ନାହିଁ । ଏହି ଘଟଣାର ତଦନ୍ତ କେବେ ହବ । କେବେ ସେ ସରକାରୀ ବାବୁ ମାନକ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆଯିବ, ତାକୁ ଦେଖିବାକୁ ବାକି ରହିଲା ।