Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଏସକେୱାଇ ଖୋଲିଦେଇଛି ସରକାରୀ ଅର୍ଥ ଲୁଟର ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଏସକେୱାଇ ଖୋଲିଦେଇଛି ସରକାରୀ ଅର୍ଥ ଲୁଟର ରାସ୍ତା

ଅର୍ଗସ ବ୍ୟୁରୋ:  ଏଥର ବିଏସକେୱାଇ ଟଙ୍କା ଲୁଟ୍ ପାଇଁ ମୋହରା ବନାଯାଇଛି ମାଲକାନଗିରି କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ଗାଁର ରାଜେଶ ମଲ୍ଲିକଙ୍କୁ। ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ଛପାଯାଇଥିବା ଏହି ଫଟୋ ତାର ପ୍ରମାଣ। ସ୍ନାତକ ଛାତ୍ର ରାଜେଶଙ୍କୁ ଜଣେ ଚାଷୀ ଓ ରୋଗୀ ଦର୍ଶାଇ କରାଯାଇଛି ମିଛ ପ୍ରଚାର। ଲେଖାଯାଇଛି ବିଏସକେୱାଇ କାର୍ଡ ଯୋଗୁଁ ତାଙ୍କର କୋରାପୁଟ ସ୍ଥିତ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ହୋଇପାରିଲା। ଯାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ରାଜେଶ।

ବିଜେଡି ସରକାର ବିଏସକେୱାଇ ଲୁଟର ଆଉ ଜଣେ ମୋହରା ହେଉଛନ୍ତି ବାଲେଶ୍ବର ବାହାନଗା ବ୍ଲକ ବିଷ୍ଣୁପୁର ଗାଁର ବବିତା ଦାସ। ବିଷ୍ଣୁପୁର ପଂଚାୟତ ପକ୍ଷରୁ ପ୍ରକାଶିତ ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇଥିବା ଏହି ମିଛ କାହାଣୀ ତାର ବଡ଼ ପ୍ରମାଣ। ବିଏସକେୱାଇ କାର୍ଡରେ ସମ୍ ହସପିଟାଲରେ ବବିତାଙ୍କର ମାଗଣା ଷ୍ଟୋନ ଆପରେସନ କରାଯାଇଥିବା ନେଇ ପ୍ରଚାର କରାଯାଉଛି। ଏହି ମିଛକୁ ଧରିଛନ୍ତି ନିଜେ ବବିତା । ଏଭଳି ମିଛ ପ୍ରଚାର ତାଙ୍କର ସମ୍ମାନହାନୀ କରିଥିବା କହିଛନ୍ତି ବବିତା ଦାସ।

ବିଏସକେୱାଇ ନାଁରେ ଲୁଟର କାହାଣୀ ଏଇଠି ସରୁନି। ସରକାରୀ ଅର୍ଥ ଲୁଟିବା ପାଇଁ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଚାଙ୍ଗୁଡ଼ିଆପଦର ନୂଆଗାଁର ସରସ୍ବତୀ ସେଠୀଙ୍କୁ ରୋଗୀ ସଜାଇ ଦେଲେ ରାଜ୍ୟ ସରକାର। ଆମ ପଞ୍ଚାୟତ ବିକାଶ ବୁକଲେଟରେ ଛପା ଯାଇଛି ବ୍ରହ୍ମପୁରର ଘରୋଇ ହସପିଟାଲରେ ସରସ୍ବତୀଙ୍କର ମାଗଣା ଅସ୍ତ୍ରୋପଚାର ହୋଇଛି। ଏ ମିଛ  ପ୍ରଚାରକୁ ନେଇ ଖପ୍ପା ସରସ୍ବତୀ। ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଘେରିଛି ରାଜ୍ୟ ସରକାରଙ୍କୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ବି ବିଏସକେୱାଇ ନାଁ ମିଛ ପ୍ରଚାର ବହୁ ଉଦାହରଣ ଆପଣଙ୍କୁ ଦେଖାଇସାରିଛୁ।  ସରକାରୀ ଅର୍ଥ ଲୁଟର ବଢିଆ ତରିକା ପାଲଟିଛି ଏହି ବିଏସକେୱାଇ କାର୍ଡ। ହସପିଟାଲ ଓ ଦଦାଲଙ୍କ ମିଲିଭଗତରେ ସୁସ୍ଥ ଲୋକଙ୍କୁ ରୋଗୀ ଦର୍ଶାଇ ହେଉଛି ବିଏସକେୱାଇ ଅର୍ଥ ହଡପ୍ । ଏଥିରେ ନେତା ଓ ଅଫିସରଙ୍କ ପକେଟ ହେଉଛି ଗରମ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
BSKY has opened the way to loot government funds | Argus News