Videos
|
Odisha

BTech Student Death / ଜୀବନ ହାରିଲେ ବିଟେକ୍‌ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାର ଲୋକ ଆଣିଲେ ବଡ଼ ଅଭିଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଜୀବନ ହାରିଲେ ବିଟେକ୍‌ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାର ଲୋକ ଆଣିଲେ ବଡ଼ ଅଭିଯୋଗ
BTech Student Death

Key Points

ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା
ଇନ୍‌ଫୋସିଟି ଥାନାରେ ଅଭିଯୋଗ କଲେ ମୃତ ଛାତ୍ରଙ୍କ ବାପା ବସନ୍ତ ସ୍ୱାଇଁ
କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ
ରାଜଧାନୀର ଏକ ଇଞ୍ଜନିୟରିଂ କଲେଜରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଠାବ ପରେ ଉତ୍ତେଜନା ଦେଖାଦେଇଛି । ମୃତକ ଜଣେ ବିଟେକ୍ ଛାତ୍ର । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ହେଲେ ଜଗତସିଂହପୁର ଜିଲ୍ଲାର ବିଶ୍ୱାସ ସ୍ୱାଇଁ । ଘଟଣାକୁ ନେଇ କଲେଜ କ୍ୟାଂପସରେ ଉତ୍ତେଜନା ଦେଖାଦେଇଛି । ବିଶ୍ୱାସଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।



ସେପଟେ ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ସାଂଘାତିକ ଅଭିଯୋଗ କରିଛନ୍ତି ପରିବର ଲୋକ । କଲେଜର ଅବହେଳା ଏବଂ ସିନିୟରଙ୍କ ରାଗିଂ ପାଇଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି । ରାଗିଂ ବିଷୟରେ ବିଶ୍ୱାସ ତାଙ୍କ ବାପାଙ୍କୁ ଜଣାଇଥିଲେ । ତାଙ୍କ ବାପା ମଧ୍ୟ ଆସି କଲେଜ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ କଲେଜ କର୍ତ୍ତୃପକ୍ଷ କୌଣସି କିଛି ବୁଝି ନଥିଲେ । ଯାହାର ପରିଣାମ ଏହା ଦେଖିବାକୁ ପଡ଼ିଲା । ଗତକାଲି ସନ୍ଧ୍ୟାରେ ମଧ୍ୟ ପୁଅ ସିନିୟର ନିର୍ଯାତନା ଦେଉଥିବା ତାଙ୍କ ମାଆକୁ ଫୋନ କରି କହିଥିଲେ ।

ସେପଟେ ଘରୋଇ କଲେଜର HOD କହିଛନ୍ତି, ରାଗିଂ ନେଇ ମୃତ ଛାତ୍ର କଲେଜକୁ କୌଣସି ଅଭିଯୋଗ ଜଣାଇନାହାନ୍ତି । କଲେଜ ପକ୍ଷରୁ ସମସ୍ତ ତଥ୍ୟ ପୋଲିସକୁ ଦିଆଯାଇଛି । ଅନ୍ୟପଟେ ମୃତଦେହ ମିଳିବା ପରେ କଲେଜ କ୍ୟାମ୍ପସରେ ଦେଖାଦେଇଥିଲା ଉତ୍ତେଜନା । ଘଟଣାସ୍ଥଳରେ ସ୍ଥାନୀୟ ଆଇଆଇସି, ଏସିପି ଓ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ କରିଛନ୍ତି । ଘଟଣାର ଗୁରୁତ୍ୱ ଦେଖି କିଛି ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଇନଫୋସିଟି ଥାନା ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: