Videos
|
Odisha

ବିରୋଧୀ ଦଳ ନେତାଙ୍କ ଆକ୍ଷେପର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ବିରୋଧୀ ଦଳ ନେତାଙ୍କ ଆକ୍ଷେପର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବଜେଟକୁ ନେଇ ବିରୋଧୀ ଦଳ ନେତାଙ୍କ ଆକ୍ଷେପର ବିଧାନସଭାରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ କହିଛନ୍ତି ଆମ ସରକାର ମାତ୍ର ଦେଢମାସର ସରକାର କିନ୍ତୁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ଗତ ୨୪ ବର୍ଷରେ ସେପରି ବଜେଟ୍ ଘୋଷଣା ହୋଇନଥିଲା। ବଜେଟ୍‌ ନେମ୍‌ ଚେଞ୍ଜର ନୁହେଁ ଗେମ୍‌ ଚେଞ୍ଜର। 

ଓଡ଼ିଆ ଅସ୍ମିତା ପାଇଁ ଆମେ ନାଁ ପରିବର୍ତ୍ତନ କରିଛୁ। ଓଡ଼ିଆ ଅସ୍ମିତା ବଞ୍ଚାଇବା ଓ ବିକାଶକୁ ଆଗକୁ ନେବାକୁ ଆମେ ବଦ୍ଧ ପରିକର। ବଜେଟକୁ ଅର୍ଥନୈତିକ ବିଶାରଦମାନେ ପ୍ରଶଂସା କରିଛନ୍ତି। ବିରୋଧୀ କେବଳ ଛଳନା ଆଳରେ ବଜେଟକୁ ବିରୋଧ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜେଡି ଉପରେ ବର୍ଷି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜୁମଲା ସରକାରଙ୍କୁ ଓଡିଶା ଲୋକ ହଟାଇଦେଇଛନ୍ତି । ଏଥିସହ ନବୀନଙ୍କ ଜୁମଲା ଆକ୍ଷେପର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

budget-not-name-changer-its-agame-changer | Argus News