ବଜେଟ୍: ଫୋକସରେ ସବୁ ଗାଁକୁ ରାସ୍ତା

- ଏଥର କେମିତି ରହିବ ରାଜ୍ୟ ଓ କେନ୍ଦ୍ର ବଜେଟ
- ସାଧାରଣ ଲୋକଙ୍କ ଆଶା ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣୁ ବଜେଟ
- ଫୋକସରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର
- ଫୋକସରେ ସବୁ ଘରକୁ ପାଇପ ପାନୀୟ ଜଳ
- ଫୋକସରେ ସବୁ ଗାଁକୁ ରାସ୍ତା
- କୃଷକ, ମହିଳା, ଗରିବ ଓ ଯୁବକଙ୍କୁ ଗୁରୁତ୍ବ
- ରେକର୍ଡ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅର୍ଥମନ୍ତ୍ରୀ ଭାବେ କରିବେ ବଜେଟ ଉପସ୍ଥାପନ
- ଜୁଲାଇ 23 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ଥର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ।
ଅର୍ଗସ ବ୍ୟୁରୋ: ଏହା ହେବ ନିର୍ମଳା ସୀମାରମଣଙ୍କ ଅର୍ଥମନ୍ତ୍ରୀ ଭାବେ ସପ୍ତମ ଥର ବଜେଟ ଉପସ୍ଥାପନ । ଲୋକଙ୍କ ଆଶା ଏପରି ବଜେଟ ହେଉ ଯେପରି ଏହା ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିପାରିବ । ବଜେଟରେ ଫୋକସରେ ରହିବ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର । କୌଣସି ବ୍ୟକ୍ତି ଯେପରି ପକ୍କା ଘର ପାଇବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ । ବିକଶିତ ଭାରତରେ ପାନୀୟ ଜଳ ସମସ୍ୟାର ମୁଳତ୍ପାଟନ ପାଇଁ ସମସ୍ତଙ୍କ ଘକୁ ପାଇପ ପାନୀୟ ଜଳ ଯୋଗାଣ ଉପରେ ବଜେଟରେ ଗୁରୁତ୍ବ ଦିଆଯିବ । ସବୁ ଗାଁକୁ କିପରି ରାସ୍ତା ଦ୍ବାରା ଯୋଡାଯାଇପାରିବ ତାହା ମଧ୍ୟ ଫୋକସରେ ରହିବ । ବିଶେଷ କରି କୃଷକ, ମହିଳା, ଗରିବ ଓ ଯୁବକଙ୍କୁ ବଜେଟରେ ଗୁରୁତ୍ବ ଦିଆଯିବ ବୋଲି ଆଶା କରାଯାଉଛି ।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅର୍ଥମନ୍ତ୍ରୀ ଭାବେ ଜୁଲାଇ 25 ତାରିଖରେ ବଜେଟ ଉପସ୍ଥାପନ କରିବାକୁ ଯାଉଛି । ଆଶା କରାଯାଉଛି ଚଳିତ ଥର ବଜେଟ 3ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରେ। ବିଜେପି ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ଗୁରୁତ୍ବ ଦେବ । ଫୋକସରେ ରହିବ ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର । ଏଥିପାଇଁ ବଜେଟରେ ସ୍ବତନ୍ତ୍ର ଅର୍ଥରାଶି ଘୋଷଣା ହୋଇପାରେ । ସେହିପରି ଧାନର ଏମଏସପି 3100 ଟଙ୍କା । ଏହି ଟଙ୍କା ଚାଷୀମାନଙ୍କୁ ଦେବାକୁ ହେଲେ ବଜେଟରେ ଏଥିପାଇଁ ଅର୍ଥରାଶି ବରାଦ କରିବାକୁ ପଡିବ । ଏହା ଛଡା 3ହଜାର ଟଙ୍କାର ଭତ୍ତା ପ୍ରଦାନ । ଭତ୍ତା ପାଇଁ ମଧ୍ୟ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରେ ବୋଲି ଆଶା କରାଯାଉଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ ଏପରି ହେଉ ଯେମିତି ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ , ଜୀବନ ବଂଚିବାରେ ସହାୟକ ହେବ । ଏହା ହିଁ ବଜେଟରୁ ଲୋକଙ୍କ ଆଶା । ସେ ମୁଣ୍ଡ ଉପରେ ପକ୍କା ଘର ହେଉ ଅବା ପାଇପ ଯୋଗେ ପାଣି କିମ୍ବା ଗାଁକୁ ରାସ୍ତା ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: