Videos
|
Odisha

ବୁଢା ଗଣେଶ ପୂଜା କମିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବୁଢା ଗଣେଶ ପୂଜା କମିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ:  ଭଦ୍ରକର ପ୍ରସିଦ୍ଧ ବାବା ବୁଢା ଗଣେଶ ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ପରି ଚାଳିତ ବର୍ଷ ଶାନ୍ତି ସଦଭାବନା ଓ ଭାଇଚାରା ବୃଦ୍ଧି ପାଇଁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସଦାବର୍ତ୍ତ ମଠ ଠାରେ ପୂଜା କମିଟିର ଉପଦେଷ୍ଟା ବିଦ୍ୟାଧର ସାହୁ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଡିଆଇଜି ସତ୍ୟଜିତ ନାୟକ,ଏସପି ବରୁଣ ଗୁଣ୍ଟୁପାଲି ଙ୍କ ସମେତ ଚଉଦ ମହଲା ମୁସଲିମ ଜମାତ ନେତା ମହମ୍ମଦ ମୋକିଦ ଖାନ ପ୍ରମୁଖ ଙ୍କ ସହିତ ଦଳମତ ଓ ଜାତି ଧର୍ମ ନିର୍ବି ଶେଷରେ ସବୁ ବର୍ଗର ଲୋକ ମାନେ ଯୋଗ ଦେଇଥିଲେ ।

ତେବେ ଦୀର୍ଘ 500 ବର୍ଷ ରୂ ଉର୍ଦ୍ଧ ହେବ ବାବା ବୁଢା ଗଣେଶ ଙ୍କ ପୂଜା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭଦ୍ରକ ସହରରେ ବାସ କରୁଥିବା ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇ ଚାରା କୁ କିପରି ଅଧିକ ମଜବୁତ କରୁଛି ସେ ସମ୍ପର୍କରେ କହିବା ସହିତ ଏହା ଏକ ନିଆରା ତଥା ଆଦର୍ଶ କାର୍ଯ୍ୟକ୍ରମ ବୋଲି ଅତିଥି ମାନେ କହିଥିଲେ.ଏହି ଅବସରରେ ଭଦ୍ରକର ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ମାନେ ସେମାନଙ୍କ ନିଷ୍ଠାପର ସେବା ପାଇଁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Budha Ganesh Puja Committee organizes bandhu reunion program | Argus News