Videos
|
Odisha

ଆମପାଣିରେ ଜମୁଛି ବୁଢ଼ାରଜାଙ୍କ ଯାତ୍ରା

Arpita Mohanty
Browse all articles by Arpita Mohanty
·2 years ago·2 min read
ଆମପାଣିରେ ଜମୁଛି ବୁଢ଼ାରଜାଙ୍କ ଯାତ୍ରା

ଅର୍ଗସ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ହେଉଛି ଆମପାଣି । ଇତିହାସ ଓ କିମ୍ବଦନ୍ତୀ ଅନୁସାରେ ଏକ ଆମ୍ବ ଗଛରୁ ପାଣି ଧାର ଭଳି ବହୁ ଥିବା ଦେଖି ଏହି ଗ୍ରାମର ନାମ ଆମପାଣି ହୋଇଛି। ଏହି ଅଞ୍ଚଳକୁ ଗୌତମ ବୁଦ୍ଧଙ୍କ ଆଗମନ ହୋଇଥିବା କୁହାଯାଇଛି। ବୁଢାର ଅର୍ଥ ହେଉଛି ଘରର ମୁଖ୍ୟ। ଦେବତା ମାନଙ୍କ ମଧ୍ୟରେ ବୁଢ଼ାରଜା ମୁଖ୍ୟ ହୋଇଥିବାରୁ ସମସ୍ତ ଦେବାଦେବୀଙ୍କ ପୁଜା ସରିଲା ପରେ ବୁଢାରଜା ଦେବତାଙ୍କ ପୁଜା ହୋଇଥାଏ ବୋଲି ଏଠାକାର ପୁଜକ କହିଛନ୍ତି ।

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦେବାଦେବୀ ମାନଙ୍କର ମାମୁଁ ହେଉଛନ୍ତି ବୁଢାରଜା । ବୁଢାରଜାଙ୍କ ପୁଜାରେ ସାମିଲ ହେବା ପାଇଁ ଜିଲ୍ଲାର ଅଧିକାଂଶ ଦେବୀଙ୍କୁ ପୀଠକୁ ଆମନ୍ତ୍ରଣ କରାଯାଇଥାଏ । ଆମନ୍ତ୍ରଣ ହିସାବରେ ଦେବାଦେବୀ ମାନଙ୍କ ଚଳନ୍ତି ପ୍ରତିମା ଏବଂ ଲାଠି ମାନ ଏକ ବିରାଟ ଶୋଭା ଯାତ୍ରାରେ ମାମୁଁ ବୁଢାରଜାଙ୍କ ମନ୍ଦିରକୁ ଅଣାଯାଇଥାଏ । ପୁଜକଙ୍କ କହିବା ଅନୁଯାୟୀ ଆଦିବାସୀ ପରମ୍ପରା ହିସାବରେ ବାଲିଗଜା ଓ ଶୁକ୍ଳ ଭୋଗ ଦେଇ ବୁଢାରଜାଙ୍କୁ ପୁଜା କରାଯାଇଥାଏ ।

ନାଗରା, ମହୁରୀ, ନିଶାନ ଓ ଘଣ୍ଟବାଦ୍ୟର ତାଳେ ତାଳେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଜଣେ ଅନ୍ଧ ବ୍ୟକ୍ତିଙ୍କର କେନ୍ଦରା ଓ ଦାସକାଠିରେ ବୁଢାରଜା ଦେବତାଙ୍କ ବନ୍ଦନା ସମସ୍ତ ଶ୍ରଦ୍ଧାଳୁଙ୍କ ମନ କିଣି ନେଇଥିଲା । ବୁଢାରଜା ଏକ ପ୍ରତ୍ୟକ୍ଷ ଠାକୁର ହୋଇଥିବାରୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ବୁଢାରଜାଙ୍କର କୃପାଲାଭ କରିଥାନ୍ତି । ହଜାର ହଜାର ଭକ୍ତଙ୍କ ସମାଗମ ହେତୁ ଏଠାରେ ପୁଲିସର କଡା ସୁରକ୍ଷା ରହିଥିବା ବେଳେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଶ୍ରଦ୍ଧାଳୁ ମାନେ କ୍ଷୋଭ ପ୍ରକାଶ କରିଥିଲେ ।

ଏହି ଉତ୍ସବ ପଡୋଶୀ ନବରଙ୍ଗପୁର ଛତିଶଗଡର ଲୋକ ମାନଙ୍କ ପାଇଁ ଭାଇଚାରାର ବାର୍ତ୍ତା ଦେବା ସହିତ ବ୍ୟବସାୟିକ ପେଣ୍ଠ ସ୍ଥଳି ଭାବେ ଭୁମିକା ନିଭାଇଥାଏ ବୋଲି ଶ୍ରଦ୍ଧାଳୁ ମାନେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Budharaja yatra | Argus News