Videos
|
Odisha

Crime In Odisha / ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ମୃତ*ଦେହ; ଦଶହରାରେ କିଏ କାଟିଦେଲା ତଣ୍ଟି ?

Sushanta Sahoo
Browse all articles by Sushanta Sahoo
·38 mins ago·1 min read
ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ମୃତ*ଦେହ; ଦଶହରାରେ କିଏ କାଟିଦେଲା ତଣ୍ଟି ?
Dussehra Horror in Ganjam

Key Points

ଜଙ୍ଗଲରେ ତଣ୍ଟି କାଟି ଯୁବକଙ୍କୁ ଫିଙ୍ଗିଦେଲେ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଲକ୍ଷ୍ମୀପୁର ନିକଟ ରାସ୍ତା କଡ଼ରୁ ଦଶହରାରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି ।
ପୋଲସରା (ଗଞ୍ଜାମ): ପାର୍ବଣର କଡ଼ା ସୁରକ୍ଷା ଭିତରେ ବୀଭତ୍ସ ହତ୍ୟାକାଣ୍ଡ । ରାସ୍ତା କଡ଼କୁ ଲାଗି ରହିଥିବା ଜଙ୍ଗଲରେ ତଣ୍ଟି କାଟି ଯୁବକଙ୍କୁ ଫିଙ୍ଗିଦେଲେ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଲକ୍ଷ୍ମୀପୁର ନିକଟ ରାସ୍ତା କଡ଼ରୁ ଦଶହରାରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି ।

ମୃତକ ସ୍ଥାନୀୟ ବୁଗୁଡ଼ା ତଳ ଓଡ଼ିଆ ସାହିର ସନ୍ତୋଷ ରାଉତ ବୋଲି ଜଣାପଡ଼ିଛି । ତେବେ କିଏ ଓ କାହିଁକି ସନ୍ତୋଷଙ୍କୁ ଦଶହରାରେ ହତ୍ୟା କଲା ? ତାହା ସ୍ପଷ୍ଟ ହୋଇନାହିଁ । ବୁଗୁଡ଼ା ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ୍ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ଭସାଣିରେ ଡିଜେ ମନା, ନିୟମ ଭାଙ୍ଗିଲେ କ୍ରିମିନାଲ କେସ୍‌; ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍‌ ଫୋର୍ସ ମୁତୟନ 

ବୁଗୁଡ଼ା ଥାନା ମୋଟାବାଡ଼ି ରାସ୍ତାର ଲଷ୍ମୀପୁର ନିକଟ ରାସ୍ତା କଡ଼ରୁ ସନ୍ତୋଷଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ସନ୍ତୋଷଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ରାସ୍ତା କଡ଼ ଗଛ ବୁଦାରେ ଯୁବକଙ୍କ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ଲୋକ ଓ ପୋଲିସ ସନ୍ତୋଷଙ୍କୁ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦଶହରାରେ କିଏ ଓ କାହିଁକି ସନ୍ତୋଷଙ୍କୁ ଗଳା କାଟି ହତ୍ୟା କଲା ? ହତ୍ୟା ପଛରେ କ'ଣ ରହିଛି କାରଣ ? ବୁଗୁଡ଼ା ଥାନା ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।