Videos
|
Odisha

ଆଜି ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ stf

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ stf

ଅର୍ଗସ ବ୍ୟୁରୋ:  ୫ ଦିନିଆ ରିମାଣ୍ଡରେ ଯିବ ଆତଙ୍କୀ ବୁଖାରି। ଆଜି ବୁଖାରିକୁ 5 ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ stf। ବୁଖାରୀକୁ 7 ଦିନ ରିମାଣ୍ଡ ନେବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ 5 ଦିନର ଅନୁମତି ଦେଇଛନ୍ତି। ତେବେ ଏହି ପାଞ୍ଚ ଦିନରେ ବୁଖାରୀର ସବୁ ଆତଙ୍କୀ ଲିଙ୍କକୁ ଡିକଡ୍ କରିବାକୁ ଚେଷ୍ଟା କରିବ STF। କାହିଁକି ଆସିଥିଲା ଓଡ଼ିଶା। ଯାଜପୁରରେ ଲୁଚି ରହିବା ପଛର ରହସ୍ୟ ଉନ୍ମୋଚନ କରିବାକୁ ଉଦ୍ୟମ କରିବ।

ଆଇଏସ ଆଇଏସ ସହ ବୁଖାରୀର ଲିଙ୍କ ରହିଛି ନା ନାହିଁ, ବୁଖାରୀ ଓଡ଼ିଶାରେ ନିଜ ନେଟୱର୍କ ଚଲାଉଥିଲା ନା କେଉଁ ଟେରର ନେଟୱର୍କର ସଦସ୍ୟ ଥିଲା ସେନେଇ ମଧ୍ୟ ଅଧିକ ଖୋଳତାଡ଼ କରିପାରେ STF। ତେବେ ଆଗକୁ ସମସ୍ତ ରହସ୍ୟ ଉପରୁ ପରଦା ଉଠାଇବାକୁ ତଦନ୍ତରେ ସହାୟତା କରିପାରେ NIA।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bukhari will be remanded for 5 days by crime branch stf today | Argus News