Liquor Factory / ଅବକାରୀ ବିଭାଗର ଚଢାଉ , ୫୦ ବର୍ଷର ଚୋରା ମଦ ଭାଟି ଉପରେ ଚାଲିଲା ବୁଲଡୋଜର

Key Points
ଦୀର୍ଘ ୫୦ ବର୍ଷ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ଓଡିଶାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା | ଆଜି ପ୍ରଶାସନର ମିଳିତ ଚଢ଼ାଉରେ ଦେଶୀମଦ ଭାଟିରେ ଚାଲିଛି ବୁଲଡୋଜର ।
୫୦ ବର୍ଷର ଚୋରା ମଦ ଭାଟି ଉପରେ ଚାଲିଲା ବୁଲଡୋଜର । ମାଟିରେ ମିଶିଲା ୧୫ରୁ ଅଧିକା ରନ୍ଧା ମଦ ଭାଟି ଚୁଲି | ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତର ପଣସପାଟଣା ଗାଁରେ ଚୋରା ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ମିଳିତ ଚଢାଉ କରାଯାଇଛି । ଦୀର୍ଘ ୫୦ ବର୍ଷ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ଓଡିଶାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା |
ଆଜି ପ୍ରଶାସନର ମିଳିତ ଚଢ଼ାଉରେ ଦେଶୀମଦ ଭାଟିରେ ଚାଲିଛି ବୁଲଡୋଜର । ଆଠଗଡ଼ ଅବକାରୀ ଉପଅଧିକ୍ଷକ ବନବିଭାଗ ଏବଂ ବିଦ୍ୟୁତ ବିଭାଗ ସମେତ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ଚଢ଼ାଉ କରିଥିଲେ । ଏହି ଅଞ୍ଚଳକୁ ସଂପୁର୍ଣ୍ଣ ଦେଶୀମଦ ମୁକ୍ତ କରିବା ସହିତ ଦେଶୀମଦ ମାଫିଆଙ୍କ ଅଣ୍ଟା ଭାଙ୍ଗି ଦେଇଛନ୍ତି ଆଠଗଡ଼ ପ୍ରଶାସନ।
📱 Get Argus News App
✨ଅଧିକ ପଢନ୍ତୁ : ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ
ଆଗକୁ ଜୋରଦାର ଚଢ଼ାଉ କରାଯିବ ବୋଲି ତିଗିରିଆ ତହସିଲଦାର କହିଛନ୍ତି । ଅବକାରୀ ବିଭାଗର ପୂର୍ବରୁ ଚଢ଼ାଉ ହେଉଥିଲେ ମଧ୍ୟ ମାଫିଆ ମାନେ ପୁଣି ଆକ୍ଟିଭ ହେଉଥିଲେ। ଦେଶୀମଦ ମାଫିଆଙ୍କ ସାମ୍ରାଜ୍ୟ ବିସ୍ତାର ହେବାରେ ଲାଗିଥିଲା। ଏବେ ଅବକାରୀ ବିଭାଗ ଉତ୍ତରପ୍ରଦେଶ ଯୋଗୀ ସରକାର ଷ୍ଟାଇଲରେ ଆଟାକ କରିଛି ଦେଶୀମଦ ମାଫିଆଙ୍କ ଉପରେ, ଆଉ ମାଫିଆଙ୍କ ଆଡ୍ଡାସ୍ଥଳୀକୁ ଧ୍ଵସ୍ତ ବିଧ୍ଵସ୍ତ କରିଦେଇଛି ।
ନୂତନ ସରକାର ଆସିବା ପରେ ମାଟିରେ ମିଶିଛି ଦେଶୀମଦର ସାମ୍ରାଜ୍ୟ। ତେବେ ଏହି ଚଢାଉ ଫଳରେ ଆଠଗଡ଼ ଦେଶୀମଦ ମୁକ୍ତ ହୋଇ ପାରୁଛି ନା ନାହିଁ ତାହା ଦେଖିବାକୁ ରହିଲା। ଘଟଣା ସ୍ଥଳରୁ ଭାଟି ଛାଡ଼ି ମଦ ମାଫିଆ ଫେରାର୍ ହୋଇଥିବା ସୂଚନା ମିଳିଛି ।
Related Topics
Explore more stories