Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେଇଆଇନ ନିର୍ମାଣ ଉପରେ ନିତି ଦିନ ବୁଲିବ ବୁଲଡୋଜର

Odisha

ବେଇଆଇନ ନିର୍ମାଣ ଉପରେ ନିତି ଦିନ ବୁଲିବ ବୁଲଡୋଜର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବେଇଆଇନ ନିର୍ମାଣ ଉପରେ ନିତି ଦିନ ବୁଲିବ ବୁଲଡୋଜର

ଅର୍ଗସ ବ୍ୟୁରୋ:  ରାଜସ୍ୱ ବିଭାଗର ବଡ଼ ପଦକ୍ଷେପ । ବଡବଡିଆ, ପ୍ରଭାବଶାଳୀ, ଅପରାଧୀ ଶ୍ରେଣୀର ଲୋକଙ୍କ ନିକଟରୁ ଜବର ଦଖଲ ମୁକ୍ତ ହେବ ସରକାରୀ ଜମି । ରାଜସ୍ୱ ବିଭାଗ ଏ ନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଯେଉଁଠି ଅପରାଧୀ ଶ୍ରେଣୀର ଲୋକ କିମ୍ବା ବଡବଡିଆ ଓ  ପ୍ରଭାବଶାଳୀ ଲୋକ ସରକାରୀ ଜମି ଜବରଦଖଲ କରିଛନ୍ତି ତାକୁ ତୁରନ୍ତ ଜବରଦଖଲ ମୁକ୍ତ କରିବାକୁ କୁହାଯାଇଛି । ସେହିପରି ଆବଶ୍ୟକଠୁ ଅଧିକ ନେଇ କାମରେ ଲଗାଇ ନଥିବା ଶିଳ୍ପାନୁଷ୍ଠାନରୁ ମଧ୍ୟ ଜମି ଫେରାଇ ଅଣାଯିବ । ସେପଟେ ସରକାରୀ ଜମି ଜବରଦଖଲ କରିଥିବା ଭୂମିହୀନ ମାନଙ୍କୁ ରାଜ୍ୟ ସରକାର ୪ ଡ଼ିସିମିଲ ଜମି ଯୋଗାଇ ଦେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ସେପଟେ ଉତ୍ତରାଧିକାରୀଙ୍କୁ ମାଲିକାନା ପରିବର୍ତ୍ତନରେ ଅଟୋମ୍ୟୁଟେସନ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଯୋଜନା ଆରମ୍ଭ କରିଛି ରାଜସ୍ୱ ବିଭାଗ ।  ଜନ୍ମ ମୃତ୍ୟୁ ପଞ୍ଜିକରଣ ତଥ୍ୟ ତହସିଲ କାର୍ଯ୍ୟାଳୟ କିପରି ଯୋଡ଼ି ହୋଇ ପାରିବ ସେ ନେଇ ପ୍ରକ୍ରିୟା କରାଯାଉଛି। ଏହା ସହ ଅଦାଲତ ରେ ପଡିଥିବା ମାମଲା ଗୁଡିକର ତଥ୍ୟ ରାଜସ୍ୱ ବିଭାଗ ସହ ଯୋଡ଼ିବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି । ଏ ନେଇ ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରାଯାଉଛି। ଅଟୋମ୍ୟୁଟେସନ ସିଷ୍ଟମ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ଲୋକଙ୍କ ନିକଟରୁ ମତାମତ ନିଆଯାଉଛି । ରାଜସ୍ୱ ଆଇନକୁ ସରଳିକରଣ କରିବାକୁ ବିଭାଗ ପ୍ରୟାସ ଆରମ୍ଭ କରିଛି ।

ସଂମ୍ପର୍ଣ୍ଣ, ପ୍ରଭାବଶାଳୀ, ଅପରାଧୀଙ୍କ କବଳରୁ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ତଥା ବେଆଇନ ନିର୍ମାଣ ଉପରେ ବୁଲଡୋଜୋର ଚଲେଇବା ଅଭିଯାନ ବ୍ରଜରାଜନଗରରୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଅଧିକ ତ୍ୱରାନ୍ୱିତ ହେବ ବୋଲି କୁହାଯାଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
Bulldozers will move on illegal construction every day | Argus News