Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଋଣ ବୋଝରେ ଫସି ଜୀବନ ହାରୁଛନ୍ତି ଅନ୍ନଦାତା

Smruti Parija
Browse all articles by Smruti Parija
·2 years ago·1 min read
ଋଣ ବୋଝରେ ଫସି ଜୀବନ ହାରୁଛନ୍ତି ଅନ୍ନଦାତା

ଅନୁଗୁଳ: ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ । ଅନୁଗୁଳ ଛେଣ୍ଡିପଦାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ରାଜ୍ୟରେ 24 ବର୍ଷ ଧରି ରହିଥିବା ସ୍ଥିର ବିଜେଡି ସରକାରର ଅପାରଗତାରୁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା । ଋଣ ବୋଝରେ ଫସି ନିରୂପାୟ ହୋଇ ଜୀବନ ହାରୁଛନ୍ତି ଅନ୍ନଦାତା । ବାରମ୍ବାର ଏମିତି ଘଟଣା ଦେଖିବାକୁ ମିଳୁଛି ।  

ଅନୁଗୁଳ ଛେଣ୍ଡିପଦା ସାପୁଇ ସାହିରେ ପରିବା ଚାଷୀ ତ୍ରିନାଥ ପ୍ରଧାନ ଋଣ ଭାରରେ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ପରିବା ଚାଷ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ । ଅଭାବୀ ବିକ୍ରି ଓ ଆଶା ଜନଜ ଉତ୍ପାଦନ ଅଭାବରୁ ଋଣ ଶୁଝିବାରେ ଅସମର୍ଥ ହୋଇଥିଲେ । 

ତେବେ ପୋଲିସ୍ ତ୍ରିନାଥଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ପୁଅକୁ ହରାଇ ବିଧବା ମାଆ ଭାଙ୍ଗି ପଡିଥିବାବେଳେ ତ୍ରିନାଥଙ୍କ ପତ୍ନୀ ଓ କୁନିକୁନି ଛୁଆଙ୍କ ମୁଣ୍ଡରେ ଛିଡି ପଡିଛି ଦୁଃଖର ପାହାଡ଼ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Burdened by loans- farmer- end lives in angul | Argus News