ଯାଜପୁର ପେଟ୍ରୋଲ ପମ୍ପ ନିକଟରେ ବସ ଦୁର୍ଘଟଣା: ୧୧ ଆହତ
·2 years ago

ଅର୍ଗସ ବ୍ୟୁରୋ: ଯାଜପୁର ମହେଶ୍ୱରପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ବରିରୁ କଟକ ଯିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୧ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।
ସକାଳ ପ୍ରାୟ ୬ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ରାସ୍ତାରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: