Videos
|
Odisha

ବସ ଓ ଟ୍ରକ ମୁହାଁମୁହିଁ ଧକ୍କା : ୩୦ଗୁରୁତର

Rashmita Mishra
Browse all articles by Rashmita Mishra
·2 years ago
ବସ ଓ ଟ୍ରକ ମୁହାଁମୁହିଁ ଧକ୍କା : ୩୦ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଘରୋଇ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହେଇଥିବା ବେଳେ ୩ଜଣ ଗୁରୁତର ଥିବା ସୂଚନା ମିଳିଛି। ଚାରିଛକରୁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ବୌଦ୍ଧରୁ ସକାଳ ୫ଟା ସମୟରେ ଫୁଲବାଣୀ ଯାଉଥିବା ଖମ୍ବେଶ୍ୱରୀ ନାମକ ଘରୋଇ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହେଇଥିଲା। ବସରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଫେରାର ଥିବାବେଳେ ସୀମା ବିବାଦ ଯୋଗୁଁ କୌଣସି ପୋଲିସ ଏ ପର୍ଯ୍ୟନ୍ତ ଦୁର୍ଘଟଣା ଘଟିଥିବା  ସ୍ଥାନରେ ପହଞ୍ଚି ନାହାନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bus and truck head-on collision: 30 serious | Argus News