Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରୁ ଶ୍ରଦ୍ଧାଳୁଙ୍କୁ ନେଇ ମହାକୁମ୍ଭ ଯାଉଥିବା ବସ୍ ୟୁପି-ବିହାର ସୀମାରେ ଦୁର୍ଘଟଣାଗ୍ରସ୍ତ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଓଡ଼ିଶାରୁ ଶ୍ରଦ୍ଧାଳୁଙ୍କୁ ନେଇ ମହାକୁମ୍ଭ ଯାଉଥିବା ବସ୍ ୟୁପି-ବିହାର ସୀମାରେ ଦୁର୍ଘଟଣାଗ୍ରସ୍ତ

Key Points

ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ନେଇ ମହାକୁମ୍ଭକୁ ଯାଇଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭୋଗରାଇ: ପ୍ରୟାଗରାଜ ମହାକୁମ୍ଭକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଟ୍ରେନ୍ କଥା ତ ଛାଡ଼ନ୍ତୁ ଷ୍ଟେସନରେ ବି ପାଦ ରଖିବାକୁ ଜାଗା ନାହିଁ । ଫଳରେ ଲୋକେ ବସ୍ ଓ କାର୍ ଯୋଗେ ପ୍ରୟାଗରାଜ ପହଞ୍ଚୁଛନ୍ତି । ଏହାରି ଭିତରେ ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ନେଇ ମହାକୁମ୍ଭକୁ ଯାଇଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । 


ମିଳିଥିବା ସୂଚନା ଅନୁସାରେ, ଭୋଗରାଇର ଚନ୍ଦନେଶ୍ଵରରୁ ଏକ ବସ୍ ଯୋଗେ ୫୦ରୁ ଅଧିକ ଯାତ୍ରୀ ପ୍ରୟାଗରାଜ ଯାଉଥିଲେ । ବୁଧବାର ବିଳମ୍ବିତ ରାତିରେ ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍‌ଟି ଏକ ବାଲି ଭର୍ତ୍ତି ଡମ୍ପରକୁ ପଛରୁ ଧକ୍କା ଦେଇଥିଲା । ୟୁପି-ବିହାର ସୀମାର ମହାନୀ ନିକଟରେ ଏହି ଦୁର୍ଘଟଣା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବସ୍‌ରେ ଥିବା ୩୫ରୁ ଯାତ୍ରୀ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ ବସ୍ ଡ୍ରାଇଭର କେଉଁ ଆଡ଼େ ଫେରାର୍ ହୋଇ ଯାଇଛି ।


Sponsored
Bus Going To Mahakumbh From Bhograi Met Accident | Argus News