ଟ୍ରକ୍କୁ ଧକ୍କା ଦେଲା ବସ: ୬ ଆହତ

ଅର୍ଗସ ବ୍ୟୁରୋ : ଟ୍ରକ୍କୁ ଧକ୍କା ଦେଲା ବସ: ୬ ଆହତ । କଟକ ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା। ସମସ୍ତ ଆହତଙ୍କୁ SCBକୁ ସ୍ଥାନାନ୍ତର କରାଯାଇଛି । ଫୁଲବାଣୀରୁ କଟକ ଅଭିମୁଖେ ଯାଉଥିଲା ଘରୋଇ ବସ । ଡ୍ରାଇଭର୍ର ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । କଟକ ତେଲେଙ୍ଗାପେଣ୍ଠରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସକୁ ପିଟିଲା ଟ୍ରକ୍। ଏହି ଦୁର୍ଘଟଣାରେ ବସ ଚାଳକ ଓ ହେଲ୍ପରଙ୍କୁ ମିଶାଇ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ଅଧିକ ପଢନ୍ତୁ : ଚଳନ୍ତା ବସ୍ରେ ଅଗ୍ନିକାଣ୍ଡ: ୨ ମୃତ
ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲ ପଠା ଯାଇଛି। ବସରେ ଥିବା ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦା, ଦମକଳ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ବସ ଟି ଫୁଲବାଣୀରୁ କଟକ ଆସୁଥିବା ସମୟରେ ତେଲେଙ୍ଗାପେଣ୍ଠରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।