Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁର ବସ ଟ୍ରାଜେଡି; କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳର ତଦନ୍ତ ଆରମ୍ଭ

Smruti Parija
Browse all articles by Smruti Parija
·2 years ago·1 min read
ଯାଜପୁର ବସ ଟ୍ରାଜେଡି; କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳର ତଦନ୍ତ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ମାମଲାରେ ଘଟଣାସ୍ଥଳରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ତଦନ୍ତ ଆରମ୍ଭ କରିଛି । ଆଜି ଅପରାହ୍ନରେ ୨ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ବାରବାଟୀ ଛକ ନିକଟ ଦୁର୍ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଅନୁଧ୍ୟାନ କରିଥିଲେ ।

ଓଭର ବ୍ରିଜ ଉପରେ ରହି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଏହାର ବୈଜ୍ଞାନିକ କାରଣ ଖୋଜିଥିଲେ । ପରେ ଜାରକା ବିଟ୍ ହାଉସ ପରିସରରେ ଥିବା ଦୁର୍ଘଟଣାଗ୍ରସ୍ତ ବସଟିର ଅନୁଧ୍ୟାନ କରିବା ସହ ଫଟୋ ଉଠାଇଥିଲେ । 

ଏହି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ, କଟକ ଏମଭିଆଇ, ଧର୍ମଶାଳା ଥାନା ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗତ ୧୫ ତାରିଖ ରାତି ସମୟରେ ପୁରୀରୁ କୋଲକତା ଅଭିମୁଖେ ଯାଉଥିବା ଏକ ବସ ବାରବାଟୀ ଛକ ନିକଟରେ ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଓଲଟି ପଡିଥିଲା । ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ଏହି ଦୁର୍ଘଟଣା କାହିଁକି ଓ କିପରି ଘଟିଲା ଏନେଇ ଚାଲିଛି କାରଣ ଖୋଜା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Bus Jajpur Tragedy; Central probe begins investigation | Argus News