Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଯାତ୍ରୀବାହୀ ବସ୍ ସହ ଲୁହା ପଥର ବୋଝେଇ ଟ୍ରେଲର ମୁହାଁମୁହିଁ ଧକ୍କା

Odisha

ଯାତ୍ରୀବାହୀ ବସ୍ ସହ ଲୁହା ପଥର ବୋଝେଇ ଟ୍ରେଲର ମୁହାଁମୁହିଁ ଧକ୍କା

Smruti Parija
Browse all articles by Smruti Parija
·2 years ago·1 min read
ଯାତ୍ରୀବାହୀ ବସ୍ ସହ ଲୁହା ପଥର ବୋଝେଇ ଟ୍ରେଲର ମୁହାଁମୁହିଁ ଧକ୍କା

କେନ୍ଦୁଝର:  ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା । ଫଳରେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ଭଦ୍ରାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି  । ଆଜି ମଧ୍ୟାହ୍ନ ସମୟରେ  ବୈଷ୍ଣଦେବୀ ନାମକ ଯାତ୍ରୀବାହୀ ବସ ଯୋଡ଼ାରୁ ବଡ଼ବିଲ୍ ଅଭିମୁଖେ ଆସୁଥିଲା । ତେବେ ବସଟି ରୋଇଡ଼ା ଛକ ଠାରୁ ରାସ୍ତାର ବାମ ପାର୍ଶ୍ୱରେ ନଯାଇ ଡାହାଣ ପଟ ରାସ୍ତା ଦେଇ ଅର୍ଥାତ୍ ଏନ୍ ଏଚ୍ ରେ ରଙ୍ଗ ରୁଟ୍ ରେ  ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରେଲର ସହ ମୁହାଁମୁହିଁ  ଧକ୍କା ହୋଇଥିଲା । 

ଧକ୍କା ହେବା ପରେ ଉଭୟ ଟ୍ରେଲର ଓ ବସ୍ ରାସ୍ତା କଡ଼ରେ ଥିବା ଏକ ଟାୟାର ଦୋକାନ ପଟକୁ ମାଡ଼ିଯାଇଥିଲା । ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।  ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ବିଲ୍ ମେଡ଼ିକାଲକୁ ନିଆଯାଇଛି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ପରିବହନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି ।  

ତେବେ ବଡ଼ବିଲ ସହରକୁ ସକାଳ ୮ ଟା ଠାରୁ ଦିନ 2 ଟା ପର୍ଯ୍ୟନ୍ତ ଭାରି ଯାନ ଗୁଡ଼ିକ ପାଇଁ ନୋ ଏଣ୍ଟ୍ରି ରହୁଥିବା କାରଣରୁ ଏନ୍ ଏଚ୍ ୫୨୦ ଭାଦ୍ରାସାହି ଛକ ନିକଟରେ ଟ୍ରେଲର ଓ ଟ୍ରକ୍ ଗୁଡ଼ିକ ରାସ୍ତା କଡ଼ରେ ଛିଡ଼ା କରିଥାଆନ୍ତି । ଯାହାଫଳରେ ଜାମ୍ ଲାଗିଥାଏ । ତେଣୁ ବସ୍ କିମ୍ବା 4 ଚକିଆ ଯାନ ଗୁଡ଼ିକ ଅଧିକାଂଶ ସମୟରେ ରଙ୍ଗ୍ ରୁଟରେ ଯିବାକୁ ବାଧ୍ୟ ହୁଅନ୍ତି । ଫଳରେ  ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
bus-trailer-head-on-collission-at-kenojhar-champua | Argus News